ସାଲେପୁର, ୨୨।୨ : ସାଲେପୁର ମହାଜନପୁର ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ ବାଣ ଜଗତପୁର ଥାନା ପୁଲିସ ଜବତ କରିଛି। ଚଢାଉ ଭୟରେ ଏସବୁ ବାଣକୁ ଜଙ୍ଗଲରେ ଲୁଚାଯାଇଥିବା ସନ୍ଦେହ କରାଯାଉଛି।
ଗତ ତିନି ଦିନ ତଳେ କଟକ ଜିଲ୍ଲାର ସାଲେପୁର ବ୍ଲକ୍ ଅଧୀନସ୍ତ ମହାଜନପୁରରେ ବେଆଇନ୍ ବାଣ ବିସ୍ଫୋରଣରେ ୩ ଜଣ ମୃତ୍ୟ ଘଟିଥିଲା। ଏହି ଘଟଣା ପରେ ଅଞ୍ଚଳରେ ଜଗତପୁର ପୋଲିସ ଓ ପାଗା ଫାଣ୍ଡିର ମିଳିତ ଚଢ଼ାଉ ଜାରି ରହିଛି। ଚଢାଉ ଭୟରେ ବେଆଇନ ବାଣ ତିଆରି କରୁଥିବା ବେପାରୀଙ୍କ ମନରେ ଛନକା ପଶିଛି। ଆଉ ଏହାକୁ ନେଇ କେହି ବେପାରୀ ମହାଜନପୁର ନିକଟସ୍ଥ ଜଙ୍ଗଲରେ ବିପୁଳ ପରିମାଣର ବାଣ ଏବଂ ବାଣ ତିଆରି କରିବା ସରଞ୍ଜାମ ଲୁଚାଇ ରଖିଥିଲେ ।ହେଲେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଙ୍ଗଲ ଭିତରେ ଥିବା ବିପୁଳ ପରିମାଣର ବାଣ ଜବତ କରିଛି।
ଆହୁରି ପଢନ୍ତୁ : ଦୁର୍ଘଟଣାରେ ୫ ପୁଲିସ ମୃତ୍ୟୁ ଘଟଣା, ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ