ଜୟପୁର, ୨୬।୧: ପଣ୍ଡ ହେଲା ଷଡ଼ଯନ୍ତ୍ର । ଗଣତନ୍ତ୍ର ଦିବସ ପୂର୍ବରୁ ରାଜସ୍ଥାନର ନାଗୌର ଜିଲ୍ଲାର ଥାନୱାଲା ଅଞ୍ଚଳରେ ପୁଲିସ ଏକ ଫାର୍ମହାଉସରୁ ପ୍ରାୟ ୧୦ ହଜାର ବେଆଇନ ବିସ୍ଫୋରକ ସାମଗ୍ରୀ, ଆମୋନିୟମ୍ ନାଇଟ୍ରେଟ୍ ଜବତ କରିଛି ଏବଂ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ନାଁ ସୁଲେମାନ ଖାନ । ପୁଲିସ କହିଛି ଯେ, ସୁଲେମାନ ବିରୁଦ୍ଧରେ ପୂର୍ବରୁ ବେଆଇନ ବିସ୍ଫୋରକ ସାମଗ୍ରୀ ରଖିବାର ତିନୋଟି ଅଭିଯୋଗ ରହିଛି । ପୁଲିସ ଏହି ଘଟଣାର ତଦନ୍ତ ଏବଂ ପଚରାଉଚରା କରୁଛି । ପୁଲିସର ସୂଚନାନୁଯାୟୀ, ହରସୌର ଗାଁରେ ଜିଲ୍ଲା ସ୍ୱତନ୍ତ୍ର ପୁଲିସ ଦଳ ଏବଂ ନାଗୌର ପୁଲିସର ମିଳିତ ଅଭିଯୋଗରେ ଏହି ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହା ରାଜ୍ୟରେ ଏ ପର୍ଯ୍ୟନ୍ତ ସର୍ବାଧିକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ମାମଲା ଭିତରୁ ଗୋଟିଏ ।
୧୮୭ଟି ବ୍ୟାଗ୍ର ବିସ୍ଫୋରକ ସାମଗ୍ରୀ ଜବତ:
ଏହି ମାମଲାରେ ଅଭିଯୁକ୍ତ ସୁଲେମାନ ଖାନଙ୍କୁ ଗିରଫ କରାଯାଇଛି । ସେ ତାଙ୍କ ଫାର୍ମର ଏକ ଘରେ ଏହି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ । ଚଢ଼ାଉ ସମୟରେ ୧୮୭ ବସ୍ତାରେ ପ୍ରାୟ ୯ ହଜାର ୫୫୦ କିଗ୍ରା ଆମୋନିୟମ୍ ନାଇଟ୍ରେଟ୍ ଏବଂ ଡିଟୋନେଟର, ଯେଉଁଥିରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ ସେସବୁକୁ ଜବତ କରାଯାଇଥିଲା । ପ୍ରାଥମିକ ପୁଲିସ ପଟରାଉଚରା ସମୟରେ ଅଭିଯୁକ୍ତ କହିଛି ଯେ, ସେ ଏହି ବିସ୍ଫୋରକ ସାମଗ୍ରୀ ଆଇନଗତ ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଯୋଗାଉଥିଲା ।
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଦିଆଯାଇଛି ସୂଚନା:
ପିଟିଆଇ ଅନୁଯାୟୀ, ନାଗୌର ପୁଲିସ ଅଧିକ୍ଷକ ମୃଦୁଲ କଛନା କହିଛନ୍ତି ଯେ, ଏକ ଗୁପ୍ତ ସୂଚନା ପାଇ ପୁଲିସ ଶନିବାର ବିଳମ୍ୱିତ ରାତିରେ ହରସୌର ଗାଁରେ ଚଢ଼ାଉ କରିଥିଲା । ଏକ କ୍ଷେତରୁ ୧୮୭ ବସ୍ତାରେ ପ୍ୟାକ୍ ହୋଇଥିବା ୯ ହଜାର ୫୫୦ କିଗ୍ରା ଆମୋନିୟମ୍ ନାଇଟ୍ରେଟ୍ ଜବତ କରିଥିଲା । ପୁଲିସ ୯ଟି କାର୍ଟନ୍ ଡେଟୋନେଟର, ୧୨ କାର୍ଟନ୍ ଏବଂ ୧୫ ବଣ୍ଡଲ୍ ନୀଳ ଫ୍ୟୁଜ୍ ତାର ଏବଂ ୧୨ କାର୍ଟନ୍ ଏବଂ ୫ ବଣ୍ଡଲ୍ ଲାଲ ଫ୍ୟୁଜ୍ ତାର ସମେତ ବହୁ ପରିମାଣର ବିସ୍ଫୋରକ ମଧ୍ୟ ଜବତ କରିଛି । ଏସ୍ପି କହିଛନ୍ତି ଯେ, ଅଭିଯୁକ୍ତ ସୁଲେମାନ ଖାନଙ୍କ ବିରୁଦ୍ଧରେ ପୂର୍ବରୁ ତିନୋଟି ମାମଲା ରହିଛି । କଛୱା କହିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଜବତ ବିଷୟରେ ସୂଚନା ଦିଆଯାଇଛି ଏବଂ ସେମାନେ ସୁଲେମାନଙ୍କୁ ପଚରାଉଚରା କରିବେ ବୋଲି ଆଶା କରାଯାଉଛି । ଆପଣଙ୍କୁ କହିରଖୁଛୁ ଯେ, ଆମୋନିୟମ୍ ନାଇଟ୍ରେଟ୍ ଏକ ଅତ୍ୟନ୍ତ ଘାତକ ବିସ୍ଫୋରକ, ଯେଉଁଥିରେ ନଭେମ୍ୱର ୨୦୨୫ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମଧ୍ୟ ସାମିଲ ଅଛି ।
ଆହୁରି ପଢ଼ନ୍ତୁ... ଦେଶ ପାଳୁଛି ୭୭ତମ ଗଣତନ୍ତ୍ର ଦିବସ: କର୍ତ୍ତବ୍ୟପଥରେ ବିଶ୍ୱ ଦେଖିବ ଭାରତର ଶକ୍ତି, ପରାକ୍ରମ