ନୂଆଦିଲ୍ଲରୀ,୧୩।୭:  ଛୋଟ ବ୍ୟବସାୟୀ, ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା, ଛାତ୍ର, ଭଡାରେ ରହୁଥିବା ଲୋକେ ଏବଂ ପ୍ରବାସୀ ଶ୍ରମିଙ୍କ ପାଇଁ ରୋଷେଇ ଗ୍ୟାସ୍ ବ୍ୟବହାର ପୂର୍ବ ତୁଳନାରେ ଆହୁରି ସହଜ ହେବ। ସରକାର ତୈଳ କମ୍ପାନୀ ଇଣ୍ଡିଆନ ଅଏଲ (IOC), ଭାରତ ପେଟ୍ରୋଲିୟମ୍ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL) ଏବେ ୧୦ କିଲୋଗ୍ରାମର ହାଲକା କମ୍ପୋଜିଟ୍ ଏଲପିଜି ସିଲିଣ୍ଡର ଘରୋଇ ଗ୍ରାହକଙ୍କ ସହିତ କମର୍ସିଆଲ ଗ୍ରାହକଙ୍କ ପାଇଁ ମଧ୍ୟ ଉପଲବ୍ଧତା ବଢାଇବାର ପ୍ରସ୍ତୁତି କରୁଛି। ଯଦି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଏ ଲକ୍ଷାଧିକ ଲୋକଙ୍କୁ ମିଳିବାକୁ ଯାଉଛି ବଡ଼ ଧରଣର ଆଶ୍ବସ୍ଥି, ଯେଉଁମାନେ ୧୯ କେଜିର ଭାରି ସିଲିଣ୍ଡର ଉଠାଇବାକୁ ହଇରାଣ ହେଉଥିଲେ।

ବର୍ତ୍ତମାନ ବଜାରରେ ୧୯ କେଜି, ୫ କେଜି ଓ ୨ କେଜିର କମର୍ସିଆଲ ଏଲପିଜି ସିଲିଣ୍ଡର ଉପଲବ୍ଧ ରହିଛି। କିନ୍ତୁ ୧୯ କେଜିର ସିଲିଣ୍ଡର ଓଜନ ଖୁବ୍ ଅଧିକ । ଏହାକୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନେବା ସହଜ ନୁହେଁ। ଏହି କାରଣରୁ ଛୋଟ ଚା ଦୋକାନ, ଫୁଡ ଷ୍ଟଲ ଓ ଭଡାରେ ରହୁଥିବା ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ହାଲକା ଓ ସୁବିଧାଜନକ ସିଲିଣ୍ଡର ଦାବି କରୁଥିଲେ। ଏବେ ତୈଳ କମ୍ପାନୀ ଏହି ଆବଶ୍ୟକତାକୁ ଦେଖି ୧୦ କେଜିର କମ୍ପୋଜିଟ୍ ସିଲିଣ୍ଡରକୁ କମର୍ସିଆଲ ବ୍ୟବହାର ପାଇଁ ଲଞ୍ଚ କରିବା ଉପରେ ବିଚାର କରୁଛି।

HDPE ଟେକ୍ନୋଲୋଜିରେ ତିଆରି

ଏହି ନୂଆ ସିଲିଣ୍ଡର ହାଇ ଡେନସିଟି ପଲିଏଥିଲିନ୍ (ଏଚଡିପିଇ) ଆଧାରିତ ଆଡଭାନ୍ସ କମ୍ପୋଜିଟ୍ ଟେକ୍ନୋଲୋଜିରୁ ପ୍ରସ୍ତୁତ କରାଯାଇଛି। ଏହାର ସବୁଠାରୁ ବଡ଼ ବିଶେଷ୍ବତ ହେଉଛି ଏହା ପାରମ୍ପାରିକ ସିଲିଣ୍ଡର ତୁଳନାରେ ପ୍ରାୟ ୫୦% ପର୍ଯ୍ୟନ୍ତ ହାଲକା। କମ୍ ଓଜନ ହୋଇଥିବାରୁ ସିଡିରେ ଟେକିକି ନେବା, ଛୋଟ ଦୋକାନରେ ରଖିବା ଓ ଦୈନିକ ବ୍ୟବହାର କରିବାରେ ଖୁବ୍ ସହଜ ହୋଇଯିବ। କେବଳ ସେତିକି ନୁହେଁ ଏହାର ବାହାର ଭାଗ ପାରଦର୍ଶୀ ବା ଟ୍ରାନ୍ସପରେଣ୍ଟ ରହିଥାଏ। ଫଳରେ ବିନା କୌଣସି ଅତିରିକ୍ତ ଜିନିଷ ଏଥିରେ ସହଜରେ ଦେଖି ହେବ। ସିଲିଣ୍ଡରରେ କେତେ ଗ୍ୟାସ ରହିଛି। ତାହା ବି ଗ୍ରାହକ ଦେଖିପାରିବେ ଏବଂ ସହଜରେ ରିଫିଲ୍ କରିବାରେ ସୁବିଧା ମିଳିବ।

ଘରୋଇ ଗ୍ରାହକଙ୍କ ପାଇଁ ସୀମିତ

ଏବେ ଏହି ୧୦ କେଜି ଥିବା କମ୍ପୋଜିଟ୍ ସିଲିଣ୍ଡର ଘରୋଇ ଗ୍ରାହକଙ୍କ ପାଇଁ ସୀମିତ ସ୍ତରରେ ଉପଲବ୍ଧ ରହିଛି। HPCL ଏହାକୁ HP Gas Ojas, IndianOil ଏହାକୁ Indane Xtralite ଓ Bharatgas Lite ନାମରେ ବିକ୍ରି କରାଯାଉଛି। ଏବେ ତେଲ କମ୍ପାନୀ ଏହାକୁ ଟେକ୍ନିକାଲି କମର୍ସିଆଲ ଗ୍ରାହକଙ୍କ ପର୍ଯ୍ୟନ୍ତ ପହଁଞ୍ଚାଇବାର ଯୋଜନା କରୁଛି। ରିପୋର୍ଟ ଅନୁସାରେ, ଏହି ଗ୍ୟାସ୍ ଏଜେନ୍ସି ବ୍ୟତୀତ କିଛି ରିଟେଲ ଆଉଟଲେଟ୍‌ରେ ମଧ୍ୟ କମର୍ସିଆଲ ଏଲପିଜିର ବିକ୍ରି ହୋଇପାରେ।

୧୦ କେଜି ସିଲିଣ୍ଡରର ଦାମ୍

ଦାମ୍ ବିଷୟରେ ଯଦି କଥା ହେବା ତେବେ ଦିଲ୍ଲୀରେ ୧୪.୨ କେଜି ଘରେଇ ଏଲପିଜି ସିଲିଣ୍ଡର ଦାମ୍ ୯୪୨ ଟଙ୍କା ରହିଛି। ସେଭଳି ୧୯ କେଜି କମର୍ସିଆଲ ସିଲିଣ୍ଡର ଦାମ୍ ୨,୯୩୦ ଟଙ୍କା ରହିଛି। ୫ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍ ୮୦୮ ଟଙ୍କା ୫୦ ପଇସା ରହିଛି। ତେବେ ୧୦ କେଜି କମର୍ସିଆଲ କମ୍ପୋଜିଟ୍ ସିଲିଣ୍ଡର ଦାମ୍ ଏବେ ଧାର୍ଯ୍ୟ କରାଯାଇ ନାହିଁ, କିନ୍ତୁ କୁହାଯାଉଛି ଯେ, ଏହାର ଦାମ୍ ୫ କେଜି ଓ ୧୯ କେଜି ଥିବା ସିଲିଣ୍ଡର ଦାମ୍ ଭିତରେ ରହିପାରେ।

କାହାକୁ ମିଳିବ ସବୁଠାରୁ ଅଧିକ ଲାଭ ?

ଯଦି ଏହି ଯୋଜନା ଲାଗୁ ହୁଏ, ତେବେ ସବୁଠାରୁ ଅଧିକ ଲାଭ ଛୋଟ ବ୍ୟବସାୟୀଙ୍କର ରହିବ। ଯାହାଙ୍କର ଗ୍ୟାସର ଆବଶ୍ୟକତା ସୀମିତ ରହିଛି। ତାଙ୍କୁ ଭାରି ସିଲିଣ୍ଡର ଧରିକି ବୁଲିବାକୁ ପଡିବନି। ଗ୍ୟାସ ସରିବା ଆଗରୁ ବି ଜଣାପଡିଯିବ। ଏହାଛଡା ଛୋଟ ସହର ଓ ମହାନଗରରେ ଭଡାରେ ରହୁଥିବା ଛାତ୍ର, ଚାକିରିଆ ଲୋକ ଓ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଏହି ହାଲକା ସିଲିଣ୍ଡର ସହଜରେ ବ୍ୟବହାର କରିପାରିବେ।

ଆହୁରି ପଢନ୍ତୁ : ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲା: ଟ୍ରଷ୍ଟକୁ ସୁପ୍ରିମକୋର୍ଟ ଜାରି କଲେ ନୋଟିସ୍,ଏସଆଇଟିକୁ ମାଗିଲେ ରିପୋର୍ଟ