ନୂଆପଡ଼ା,୧।୧୦(ଆପ୍ର): ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ଖଇରା ପଞ୍ଚାୟତ ଶୁକଲପୁର ଗାଁରେ ବଜ୍ରାଘାତରେ ୨ଗାଈ ଓ ୧୧ବଳଦର ମୃତ୍ୟୁ ହୋଇଛି ।ବୋଡେ଼ନ ବ୍ଳକ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଥିଲା । ଖଇରା ପଂଚାୟତ ଶୁକଲପୁର ଗାଁର ଗାଈ ବଳଦ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତ ହୋଇଥିଲା।
ଶୁକଲପୁର ଗାଁର ଚାଷୀ ତ୍ରିନାଥ ମାଝିଙ୍କ ୨ଟି ବଳଦ, ସଦନ ମାଝିଙ୍କ ଗୋଟିଏ, ରୂପଧର ମାଝିଙ୍କ ଗୋଟିଏ, ମିନିକେତନ ମାଝିଙ୍କ ଗୋଟିଏ, ରାଇଧର ମାଝିଙ୍କ ଗୋଟିଏ, ତୁଳ ମାଝିଙ୍କ ଗୋଟିଏ, ଭକ୍ତଚରଣ ମାଝିଙ୍କ ଗୋଟିଏ, ଦୁର୍ଯୋଧନ ମାଝିଙ୍କ ଗୋଟିଏ, ତ୍ରିଲୋଚନ ମାଝିଙ୍କ ଗୋଟିଏ ବଳଦ ସହ ମାଳତୀ ମାଝିଙ୍କ ୨ଟି ଗାଈର ମୃତ୍ୟୁ ହୋଇଥିଲା । ଏଭଳି ୧୧ଟି ବଳଦ ଓ ୨ଟି ଗାଈର ମୃତ୍ୟୁ ହୋଇଥିଲା । ଏହି ଗରିବ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।