ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଓ ଧୂଆଁର ପ୍ରଭାବ ବିମାନ ସେବା ଗୁଡ଼ିକ ଉପରେ ମଧ୍ୟ ପଡ଼ୁଛି। ଜଣେ ଅଧିକାରୀଙ୍କ ଅନୁସାରେ , ରାଷ୍ଟ୍ରୀୟ ରାଜଧାନୀରେ ଖରାପ ଦୃଶ୍ୟତା ( poor visibility)  କାରଣରୁ ସୋମବାର ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ମୋଟ ୧୧ ଟି ଉଡ଼ାଣକୁ ଡାଇଭର୍ଟ କରାଯାଇଛି। ଅନେକ ଉଡ଼ାଣରେ ବିଳମ୍ୱ ଘଟିଛି। 

ସୋମବାର ସ୍ପାଇସଜେଟ୍‌ ଓ ଇଣ୍ଡିଗୋ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଯାତ୍ରୀଙ୍କୁ ସୂଚିତ କରିଛି କି, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ଉଚ୍ଚ ସ୍ତର ଯୋଗୁଁ, ଖରାପ ହୋଇଥିବା ଦୃଶ୍ୟତା କାରଣରୁ ଉଡ଼ାଣ ପ୍ରଭାବିତ ହୋଇପାରେ। ଅଧିକାରୀଙ୍କ କହିବାନୁସାରେ, ୧୧ଟି ଉଡ଼ାଣ ମଧ୍ୟରୁ ୧୦ଟିକୁ ଜୟପୁର ଓ ଆଉ ଗୋଟେକୁ ଦେରାଡୁନ ଡାଇଭର୍ଟ କରାଯାଇଛି। ସେ କହିଛନ୍ତି କି, କିଛି ପାଇଲଟ୍‌ଙ୍କୁ CAT –III ଅପରେଟ୍‌ କରିବାକୁ ପ୍ରଶିକ୍ଷଣ କରାଯାଇ ନଥିଲା। ଯେଉଁଥି ପାଇଁ ଉଡ଼ାଣକୁ ଡାଇଭର୍ଟ କରିବାକୁ ପଡ଼ିଲା। ବ୍ୟାପକ ସ୍ତରରେ CAT –III ପ୍ରଶିକ୍ଷିତ ପାଇଲଟଙ୍କୁ ବହୁତ କମ୍‌ ଦୃଶ୍ୟତା ସ୍ଥିତିରେ ମଧ୍ୟ ବିମାନ ଉଡ଼ାଣ ବା ଅବତରଣର ଅନୁମତି ପ୍ରାପ୍ତ ହୋଇଛି। 

ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍‌ ( ଡିଆଇଏଏଲ) ସୋମବାର ସକାଳେ ଏକ୍ସରେ ଏକ ପୋଷ୍ଟରେ କହିଛି , ଦିଲ୍ଲୀ ବିମାନ ବନ୍ଦରରେ କମ୍‌ ଦୃଶ୍ୟତା ଦେଖିବାକୁ ମିଳିଛି। ହେଲେ ବର୍ତ୍ତମାନ ସ୍ଥିତିରେ ମଧ୍ୟ ସବୁ ଉଡ଼ାଣ ଅପରେସନ ସାଧାରଣ ଅଛି। ଡିଆଇଏଏଲ୍‌ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଅପରେଟ୍‌ କରିଥାଏ , ଯିଏକି ପ୍ରତିଦିନ ପାଖାପାଖି ୧୪୦୦ ଉଡ଼ାଣର ଯାତାୟାତ ଦାୟିତ୍ୱ ସମ୍ଭାଳି ଥାଏ । 

ଡିଆଇଏଏଲ ଯାତ୍ରୀଙ୍କୁ ଉଡ଼ାଣର ତାଜା ସୂଚନା ପାଇଁ ସମ୍ୱଧିତ ଏୟାରଲାଇନ୍‌ ସହ ସଂପର୍କ କରିବାକୁ ମଧ୍ୟ ପରାମର୍ଶ ଦେଇଛି। ଡିଆଇଏଲ ସକାଳେ ଆଉ ଏକ ପୋଷ୍ଟରେ କହିଛି କି ଦିଲ୍ଲୀରେ ଖରାପ ଦୃଶ୍ୟତା (ଭିଜିବିଲିଟି) କାରଣରୁ ଉଡ଼ାଣ ଭରୁଥିବା ଓ ଲ୍ୟାଣ୍ଡ କରୁଥିବା ଉଡ଼ାଣ ପ୍ରଭାବିତ ହୋଇପାରେ। 

ଇଣ୍ଡିଗୋ ରବିବାର ବିଳମ୍ୱିତ ରାତିରେ ଏକ ପୋଷ୍ଟରେ କହିଛି କି କୁହୁଡ଼ି କାରଣରୁ ଦିଲ୍ଲୀରେ ଦୃଶ୍ୟତା ପ୍ରଭାବିତ ହେଉଛି। ଏହାର ପରିଣାମସ୍ୱରୂପ ଏୟାର ଟ୍ରାଫିକ୍‌ ଧିମା ହୋଇ ପାରେ ଏବଂ ଉଡ଼ାଣ କାର୍ଯ୍ୟକ୍ରମ ଗୁଡ଼ିକରେ ବିଳମ୍ୱିତ ହୋଇପାରେ।