ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଅଫିସ ବାହାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍ ଆରମ୍ଭ କଲା ପୁଲିସ

Published By : Prameya | February 16, 2025 10:48 AM

ଭୁବନେଶ୍ୱର,୧୬/୦୨: ଜରୁରି ସେବା  ଯୋଗାଉଥିବା ୧୧୨ କେନ୍ଦ୍ର ବାହାରେ ଜଣେ ମହିଳା  କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଉଦ୍ୟମର ଶିକାର  ହୋଇଥିବା ଯୁବତୀ ମଞ୍ଚେଶ୍ୱର ଥାନାରେ ଏତଲା  ଦେଇଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ  ଆରମ୍ଭ କରିଛି ।  

ମିଳିଥିବା ସୂଚନା ମୁତାବକ, ୧୧୨ କେନ୍ଦ୍ରରେ  କାମ କରୁଥିବା ଜଣେ ଯୁବତୀ ଗତକାଲି ସକାଳ  ୫ଟା ୪୫ରେ ଅଫିସ୍‌ ପାଖକୁ ଲାଗିଥିବା ପଛପଟ  ରାସ୍ତାରେ ଆସୁଥିଲେ । ଏହି ସମୟରେ ଜଣେ ଯୁବକ  ଏକ ବାଇକ୍‌ରେ ଆସି ତାଙ୍କୁ ଅକଟାଇ ବଳାତ୍କାର  ଉଦ୍ୟମ କରିଥିଲେ । ଯୁବତୀ ଜଣଙ୍କ ଚିତ୍କାର  କରିବାରୁ ଭୟରେ ଯୁବକ ଜଣଙ୍କ ସେଠାରୁ ଖସି  ପଳାଇଥିଲେ । 

ଅଫିସ୍‌ରେ ପହଞ୍ଚିବା ପରେ ଯୁବତୀ ଜଣଙ୍କ ଘଟଣା ସଂପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ  ଥାନାରେ ଏତଲା ଦେବେ ବୋଲି କହିଥିଲେ । ହେଲେ ବରିଷ୍ଠ ଅଧିକାରୀମାନେ ଯୁବତୀଙ୍କ ସାହସ  ଦେବା ବଦଳରେ ଥାନାରେ ଏତଲା ନ ଦେବାକୁ  ପ୍ରବର୍ତ୍ତାଇ ଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି ।  ତେବେ ଦ୍ୱନ୍ଦ୍ୱରେ ରହିବା ପରେ ଯୁବତୀ ଜଣଙ୍କ  ଘର ଲୋକଙ୍କ ସହ କଥା ହୋଇଥିଲେ । ପରିବାର  ଲୋକ ଏତଲା ଦେବାକୁ କହିବାରୁ ଶନିବାର  ଯୁବତୀ ଜଣଙ୍କ ଡ୍ୟୁଟି ଆସି ଥାନାରେ ଏତଲା ଦେବେ ବୋଲି କହିଥିଲେ । 

ଅଫିସର ବରିଷ୍ଠ ଅଧିକାରୀମାନେ  କିଛି ଉପାୟ ନ ପାଇ ଘଟଣା ବିଷୟରେ ପ୍ରଥମେ  କଣ୍ଟ୍ରୋଲ ରୁମ ମୁଖ୍ୟଙ୍କୁ ଜଣାଇଥିଲେ । ତାଙ୍କ ଠାରୁ ଅନୁମତି ମିଳିବା ପରେ ଶନିବାର ଅପରାହ୍ଣରେ  ଥାନାରେ ଏତଲା ଦେଇଥିଲେ ପୀଡ଼ିତା । ପୁଲିସ  ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ  କରିଛି । କାର୍ଯ୍ୟାଳୟ ନିକଟରେ ଲାଗିଥିବା ସିସିଟିଭି  ଫୁଟେଜ ଯାଞ୍ଚ କରିଛି । ଡିସିପି ପିନାକ ମିଶ୍ରଙ୍କ  ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ ଏହାର ତଦନ୍ତ  କରୁଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ  ବୋଲି ଡିସିପି କହିଛନ୍ତି ।  

ରାଜ୍ୟର ସର୍ବାଧିକ ମହିଳା କର୍ମଚାରୀ  ମଞ୍ଚେଶ୍ୱର ଥାନା ଅଞ୍ଚଳରେ କାମ କରୁଛନ୍ତି ।  ସବୁ ଦିନ ଏମାନଙ୍କ ସହ କିଛି ନା କିଛି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି । କିଛି ଦିନ ତଳେ  ଚକେଇଶିଆଣି ଅଞ୍ଚଳରେ ଘଟିଥିଲା ସମାନ ଘଟଣା ।  ରାତି ପ୍ରାୟ ୯ଟା ବେଳେ ଡ୍ୟୁଟି ସାରି ଘରକୁ  ଫେରୁଥିବା ଜଣେ ଯୁବତୀ ମଧ୍ୟ ଅସଦାଚରଣର  ଶିକାର ହୋଇଥିଲେ । ଲୋକ ଲଜ୍ଜା ଓ ଚାକିରି  ଯିବା ଭୟରେ ପୁଲିସର ଦ୍ୱାରସ୍ଥ ହୋଇନଥିଲେ । 

ମିସ୍‌ଡ୍‌ କଲ୍‌ ପ୍ରେମରେ ଟ୍ୱିଷ୍ଟ: ଝିଅ ହୋଇ ରହିଲେ ପ୍ରେମିକା, ନିଶା ନିବାରଣ କେନ୍ଦ୍ରକୁ ଗଲେ ପ୍ରେମିକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.