ନୂଆଦିଲ୍ଲୀ: ଜର୍ଜିଆର ଗୁଡୌରୀ ପାର୍ବତୀୟ ରିସର୍ଟରେ ଥିବା ଏକ ରେଷ୍ଟୁରାଣ୍ଟରୁ ୧୨ ଜଣ ଭାରତୀୟ ନାଗରିକଙ୍କ ମୃତଦେହ ମିଳିଛି। ଜର୍ଜିଆରେ ଭାରତୀୟ ହାଇ କମିଶନର ଏହି ଖବରକୁ ନିଶ୍ଚିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଅଙ୍ଗାରକାମ୍ଳ ବିଷାକ୍ତ ଗ୍ୟାସ କାରଣରୁ ଏମାନଙ୍କର ମୃତ୍ୟୁ ଘଟିଛି । ପ୍ରାଥମିକ ଯାଞ୍ଚରେ କୌଣସି ଆଘାତ କିମ୍ବା ହିଂସା ହେବାର ସଙ୍କେତ ନାହିଁ। ପୋଲିସର ସୂଚନାକୁ ଉଦ୍ଧୃତ କରି ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି ଯେ, ଅଙ୍ଗାରକାମ୍ଳ ବିଷରେ ସମସ୍ତ ପୀଡିତଙ୍କ ମୃତ୍ୟୁ ଘଟିଛି।


ତିବ୍ଲିସରେ ଥିବା ଭାରତୀୟ ହାଇ କମିଶନର କହିଛନ୍ତି ଯେ, ସମସ୍ତ ୧୨ ପୀଡିତ ଭାରତୀୟ ନାଗରିକ । ତେବେ ଜର୍ଜିଆର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ୧୧ ଜଣ ବିଦେଶୀ ହୋଇଥିବା ବେଳେ ଜଣେ ପୀଡିତ ଏହାର ନାଗରିକ । ଏଥିରେ କୁହାଯାଇଛି ଯେ, ରେଷ୍ଟୁରାଣ୍ଟର କର୍ମଚାରୀ ଥିବା ସମସ୍ତ ଭାରତୀୟଙ୍କ ମୃତଦେହ କୋଠାର ଦ୍ୱିତୀୟ ମହଲାର ଶୋଇବା ଘରେ ମିଳିଛି।