ଭୁବନେଶ୍ୱର,୧୭/୧୦: ସାତକୋଶିଆ ବାଘ ଅଭୟାରଣ୍ୟକୁ ଯୋଗାଇ ଦିଆଯିବ ୧୨ ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ୍‌ । ଅଭୟାରଣ୍ୟ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପାଟ୍ରୋଲିଂ ଭ୍ୟାନ୍‌ ଦିଆଯିବ ।  ମୁଖ୍ୟତଃ ବାଘଙ୍କୁ ସୁରକ୍ଷା ଯୋଗାଇବ ଏହି ପାଟ୍ରୋଲିଂ ଭ୍ୟାନ୍‌ ।

ଭୁବନେଶ୍ୱର ଭରତପୁର ଅଭୟାରଣ୍ୟ ନିକଟରେ ଏହାର ଉଦ୍ଘାଟନ କରାଯିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ, ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ୍‌ ଡିଏଫ୍‌ଓ ସରୋଜ ପଣ୍ଡାଙ୍କ ସହ ଜଙ୍ଗଲ ବିଭାଗର ବହୁ ଅଧିକାରୀ ସାମିଲ ହେବେ । ଏହି ପାଟ୍ରୋଲିଂ ଭ୍ୟାନ୍‌ରେ ଜିପିଏସ୍‌ର ସୁବିଧା ଉପଲବ୍ଧ ରହିବା ସହ ଏହା ବନ୍ୟପ୍ରାଣୀ  ଙ୍କୁ ସୁରକ୍ଷା   ଯୋଗାଇବାରେ ସହାୟକ ହେବ ।