କରଞ୍ଜିଆ, ୩୦।୧୨ : ପୁଣି ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା। ଗତ ୨୪ ତାରିଖ ରାତିରେ ଶିକାର ପାଇଁ ଶିମିଳିପାଳରେ ପ୍ରବେଶ କରିଥିବା ବେଳେ ଏଆଇ କ୍ୟାମେରା ମାଧ୍ୟମରେ ୧୩ ଜଣ ଶିକାରୀଙ୍କୁ ଧରିଲା ବନବିଭାଗ ।  ୧୩ ଜଣ ଅଭିଯୁକ୍ତ ହେଉଛନ୍ତି କରଞ୍ଜିଆ ଥାନା ଅଞ୍ଚଳ ରାମଯୋଡ଼ି, ଅଁଳାକଣ୍ଟା , ରାଣୀଭୋଳ ଓ ଦୁଧିଆଣି ଗାଁର ବୋଲି ଜଣାପଡିଛି ।

 ସେମାନଙ୍କ ନିକଟରୁ ୧୩ ଗୋଟି  ଧନୁ, ୩୩ ଟି ତୀର ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ବନବିଭାଗ । ସେମାନେ ଶିମିଳିପାଳ ନ୍ୟାସନାଲ ପାର୍କ ରେଞ୍ଜର କୋର୍ ଅଞ୍ଚଳରେ ଶିକାର ପାଇଁ ଯାଇଥିବାବେଳେ ସେମାନଙ୍କୁ  ଏଆଇ କ୍ୟାମେରା ଟ୍ରାପ କରିଥିବା ନେଇ ବନବିଭାଗ ସୂଚନା ଦେଇଛି ।