କୋରାପୁଟ,୩୦/୩: ବହୁଚର୍ଚ୍ଚିତ ଖଣି ଦୁର୍ନୀତିରେ ସମ୍ପୃକ୍ତ ରାଜା ଚକ୍ରଙ୍କ ୧୩ ଟିପ୍ପର୍‌ ସହ ଗୋଟିଏ ପୋକଲିନ୍‌କୁ ଜବତ କରିଛି ସେମିଳିଗୁଡ଼ା ପୁଲିସ୍‌ । ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ର ନିର୍ଦ୍ଦେଶରେ ବେହେରା ଗୁଡ଼ା ନିକଟ କ୍ରସରରେ ଚଢ଼ଉ କରି ଏସବୁ ଗାଡି ଜବତ କରାଯାଇଛି। କେବଳ ଗୋଟିଏ ଟିପର(ଓଡି୦୯ୱାଇ-୩୨୨୧)କୁ ଥାନାକୁ ଅଣାଯାଇଛି। ଅନ୍ୟ ସମସ୍ତ ଗାଡ଼ିକୁ ବାଙ୍ଗୁରୁଗୁଡ଼ା କାଜୁ ଜଙ୍ଗଲରେ ପୁଲିସ୍‌ ପକ୍ଷରୁ କଡ଼ାସୁରକ୍ଷା ବଳୟରେ ରଖାଯାଇଛି। ଇଓଡବ୍ଲୁ ଅଧିକାରୀ ମାନେ ଏଠାରେ ପହଞ୍ଚିବା ପରେ ହସ୍ତାନ୍ତର କରାଯିବ । ସୁନାବେଡ଼ା ଏସ୍‌ଡିପିଓ ସୁମିତ୍ରା ଜେନା ଏହି ସୂଚନା ଦେଇଛନ୍ତି। ରାଜା ଚକ୍ର କିଛିଦିନ ହେବ ସେମିଳିଗୁଡ଼ା ଅଞ୍ଚଳର ଅମର ନାୟରଙ୍କ ବାଙ୍ଗରୁଗୁଡ଼ା ନିକଟ କ୍ରସରକୁ ଲିଜ୍‌ରେ ନେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।