ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ନାବାଳକଙ୍କୁ ଅପହରଣ ପରେ ବିଭତ୍ସ ହତ୍ୟା : ପିଟି ପିଟି ମାରିଦେଲା ନର ରାକ୍ଷସ, ଶୂନସାନ୍ ରାସ୍ତାକଡ଼ରୁ ଦରପୋଡ଼ା ଶବ ଉଦ୍ଧାର

Published By : Rasmita Pradhan | August 1, 2025 9:26 AM

ବେଙ୍ଗାଲୁରୁ, ୦୧/୦୮ : ମରିଗଲା ମାନବିକତା। ୧୩ ବର୍ଷର ନାବାଳକଙ୍କୁ ଅପହରଣ ପରେ ବିଭତ୍ସ ହତ୍ୟା। ପିଟି ପିଟି ମାରିଦେଲା ନର ରାକ୍ଷସ। ସେତିକିରେ ମନ ବୁଝିଲାନି ଯେ ଜାଳିଦେଲା ନାବାଳକଙ୍କ ମୃତଦେହ। କୁନି ପିଲାଟିର ବିକଳ ଚିତ୍କାରରେ ବି ଥରିଲାନି ପିଶାଚର ହାତ। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। କଗଲିପୁରା ଅଞ୍ଚଳର ଏକ ଶୂନସାନ୍ ରାସ୍ତାକଡ଼ରୁ ଉଦ୍ଧାର ହେଲା ଦରପୋଡ଼ା ଶବ। 

ଅଭିଯୋଗ ଅନୁଯାୟୀ, ବେଙ୍ଗାଲୁରୁର କଗଲିପୁରା ଅଞ୍ଚଳର ଜେସି ଅଚିତଙ୍କ ୧୩ ବର୍ଷର ପୁଅ ନିଶ୍ଚିତ ଖ୍ରାଇଷ୍ଟ ସ୍କୁଲର ୮ମ ଶ୍ରେଣୀର ଛାତ୍ର। ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ନିଶ୍ଚିତ ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲା। ସନ୍ଧ୍ୟା ସାଢେ ୭ଟା ବେଳେ ପରିବାର ଲୋକେ ଟ୍ୟୁସନ ସାର୍‌ଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ନିଶ୍ଚିତ ଟ୍ୟୁସନରୁ ଠିକ୍ ସମୟରେ ଚାଲିଯାଇଥିବା ସାର୍ କହିଥିଲେ। ଏହାପରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଏହି ସମୟରେ ଅରେକେରେ ଫ୍ୟାମିଲି ପାର୍କ ନିକଟରେ  ନିଶ୍ଚିତର ସାକେଲ୍ ମିଳିଥିଲା। ତାଙ୍କୁ ଏକ ଅଜ୍ଞାତ ନମ୍ଵରରୁ କଲ୍ ଆସିଥିଲା। ୫ ଲକ୍ଷ ଟଙ୍କା ଦେଲେ ଯାଇ ପୁଅକୁ ଛାଡ଼ିବ ବୋଲି ଅପହରଣକାରୀ କହିଥିଲା। 

ଏହାପରେ ନାବାଳକଙ୍କ ପରିବାର ଲୋକ ହୁଲିମାବୁ ଥାନାରେ ଅପହରଣ ଅଭିଯୋଗ କରିଥିଲେ। ପୁଲିସ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ। ଗୁରୁବାର ସକାଳେ କଗଲିପୁରା ଅଞ୍ଚଳର ଏକ ଶୂନସାନ୍ ରାସ୍ତାକଡ଼ରେ ନାବାଳକଙ୍କ ଦରପୋଡ଼ା ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ଏବେ ଶବ ଜବତ କରି ଅଭିଯୁକ୍ତକୁ ଖୋଜୁଛି। ନାବାଳକଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବାରୁ ଅପହରଣକାରୀ ନିଶ୍ଚିତକୁ ପିଟିପିଟି ହତ୍ୟା କରିଥିବା ପୁଲିସ କହୁଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.