କୋଲକାତା ୨୪/୧୦: ମାଡ଼ି ଆସୁଛି  ବାତ୍ୟା 'ଦାନା' । ଘୂର୍ଣ୍ଣିଝଡର ପ୍ରଭାବ ଯାଗୁଁ  ବାଂଲାରେ ତଣ୍ଡବ ଆଶଙ୍କା । ପୂର୍ବ ରେଳ କର୍ତ୍ତୃପକ୍ଷ ପୂର୍ବରୁ ସତର୍କତା ଅବଲମ୍ବନ କରି  ଶିଆଲଦା ଶାଖାରେ ୧୪ ଘଣ୍ଟା ପାଇଁ ଟ୍ରେନ୍‌ ପରିସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି  ନେଇଛନ୍ତି । ଶିଆଲଦା ଶାଖାରେ ଲୋକାଲ ଟ୍ରେନ୍‌ ଚଳାଚଳ ଉପରେ ବାତ୍ୟା ଦାନା  ଏକ ପ୍ରମୁଖ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । ଏହାକୁ ଧ୍ୟାନରେ ରଖି  ପ୍ରାୟ ୧୬୦ଟି ସ୍ଥାନୀୟ ଟ୍ରେନ୍‌ ବାତିଲର ଘୋଷଣା କରାଯାଇଛି । 

ସେହିଭଳି ଶିଆଲଦା -ବାରାସାତ-ହସନାବାଦ ଶାଖାରେ ଲୋକାଲ ଟ୍ରେନ ବନ୍ଦ ରହିବ । ରେଳବାଇ ଏହା ମଧ୍ୟ  ସୂଚନା ଦେଇଛି ଯେ ଗୁରୁବାର ରାତି ୮ଟାରୁ ଶୁକ୍ରବାର ସକାଳ ୧୦ଟା ପର୍ଯ୍ୟନ୍ତ ଶିଆଲଦା  ଷ୍ଟେସନରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ । ଶିଆଲଦା ଡିଭିଜନର ପ୍ରାୟ ୧୬୦ଟି ଟ୍ରେନ୍‌  (ମୂଳତଃ ଦକ୍ଷିଣ ଡିଭିଜନ୍‌) ବାତିଲ ହୋଇଛି । ଲୋକାଲ ଟ୍ରେନ୍‌ ବ୍ୟତୀତ ଏଦିନ ଅର୍ଥାତ  ବୁଧବାର ଠାରୁ ଅନେକ ଦୂର ଦୂରଗାମୀ ଟ୍ରେନ୍‌ ବାତିଲ କରାଯାଇଛି । 

ବୁଧବାର ଶିଆଲଦା- ପୁରୀ ଦୂରାନ୍ତ ଏକ୍ସପ୍ରେସ, ସିକନ୍ଦରାବାଦ-ହାଓଡା ଫଲକନାମା ଏକ୍ସପ୍ରେସ, ପୁରୀ-ଜୟନଗର  ଏକ୍ସପ୍ରେସ ସମେତ ଅନେକ ଟ୍ରେନ ବାତିଲ କରାଯାଇଛି ବାଲି ରେଳବାଇ ଘାଷଣା କରିଛି ।  କୋଲକାତା-ପୁରୀ ସ୍ପେଶାଲ ଏକ୍ସପ୍ରେସ, ହାଓଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ,  ବେଙ୍ଗାଲୁରୁ-ହାଓଡା ଦୂରାନ୍ତ ଏକ୍ସପ୍ରେସ ସମେତ ଅନେକ ଦୂର ଦୂରଗାମୀ ଟ୍ରେନକୁ ଗୁରୁବାର  ବାତିଲ କରାଯାଇଛି । ଦିଘା-ବିଶାଖାପାଟଣମ ଏକ୍ସପ୍ରେସକୁ ଶୁକ୍ରବାର ବାତିଲ କରାଯାଇଛି ।  "ଦାନା'ର ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ଓ  ଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।