ନୂଆଦିଲ୍ଲୀ –ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ସାମ୍ୱିଧାନିକ ପ୍ରଶ୍ନ ଉପରେ ନିଜର ପରାମର୍ଶ ଦେବାକୁ ପଚାରିଛନ୍ତି - ସୁପ୍ରିମକୋର୍ଟ କଣ ରାଜ୍ୟ ବିଧାନସଭା ଗୁଡ଼ିକରେ ପାରିତ ବିଲ୍କୁ ଅନୁମୋଦନ ମାମଲା ଉପରେ ନିଷ୍ପତ୍ତି ନେବା ପାଇଁ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସମୟ ସୀମା ସ୍ଥିର କରି ପାରିବେ ? ରାଷ୍ଟ୍ରପତି ମୁର୍ମୁ ସୁପ୍ରିମକୋର୍ଟଙ୍କ ୮ ଅପ୍ରେଲରେ ସେହି ନିଷ୍ପତ୍ତିକୁ ନଜରରେ ରଖି ସୁପ୍ରିମକୋର୍ଟଙ୍କ ଠାରୁ ଏହି ରାୟ ମାଗିଛନ୍ତି। ବିଧାନସଭା ଗୁଡ଼ିକରେ ପାରିତ ବିଲ୍କୁ ମଞ୍ଜୁରୀ ଦେବା ପାଇଁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସମୟ ସୀମା ସ୍ଥିର କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ୱିଧାନର ଅନୁଚ୍ଛେଦ ୧୪୩ (୧) ଅନୁସାରେ ନିଜର ଶକ୍ତିର ବ୍ୟବହାର କରି ସୁପ୍ରିମକୋର୍ଟଙ୍କୁ ୧୪ଟି ସାମ୍ୱିଧାନିକ ପ୍ରଶ୍ନ ପଚାରିଛନ୍ତି।
ରାଷ୍ଟ୍ରପତିଙ୍କ ପକ୍ଷରୁ ପଠାଯାଇ ଥିବା ସନ୍ଦର୍ଭରେ କୁହାଯାଇଛି ଯେ , ବର୍ତ୍ତମାନର ପରିସ୍ଥିତିରେ ଏମିତି ପ୍ରତୀତ ହେଉଛି ଯେ, ସାର୍ବଜନୀନ ଗୁରୁତ୍ତ୍ୱର ନିମ୍ନଲିଖିତ ଆଇନଗତ ପ୍ରଶ୍ନ ଉଠିଛି,ଯାହା ଉପରେ ଭାରତର ସୁପ୍ରିମକୋର୍ଟଙ୍କ ରାୟ ନେବାର ଆବଶ୍ୟକ ରହିଛି। ସମ୍ୱିଧାନର ଧାରା ୧୪୩ (୧) ରାଷ୍ଟ୍ରପତିଙ୍କ ସୁପ୍ରିମକୋର୍ଟ ସହ ପରାମର୍ଶ କରିବାର କ୍ଷମତା ସହ ଜଡ଼ିତ। ରାଷ୍ଟ୍ରପତି ଏହି କ୍ଷମତା ବ୍ୟବହାର କରନ୍ତି ଯେତେବେଳେ ସେ ଅନୁଭବ କରନ୍ତି ଯେ କୌଣସି ଆଇନ ବା କୌଣସି ତଥ୍ୟ ସମ୍ପର୍କରେ ଏକ ସାମ୍ୱିଧାନିକ ପ୍ରଶ୍ନ ଉଠିଛି ବା ଉଠିବାର ସମ୍ଭାବନା ଅଛି। ଯେତେବେଳେ ରାଷ୍ଟ୍ରପତି ଅନୁଭବ କରନ୍ତି ଯେ କୌଣସି ପ୍ରଶ୍ନ ସାର୍ବଜନୀନ ଗୁରୁତ୍ୱର ଏବଂ ଯଦି ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ନେବା ଆବଶ୍ୟକ ହୁଏ , ତେବେ ସେ ପ୍ରଶ୍ନଟିକୁ ସର୍ବୋଚ୍ଚ ନ୍ୟାୟାଳୟକୁ ପଠାଇ ପାରିବେ। ଶୁଣାଣି ପରେ କୋର୍ଟ ତାଙ୍କର ଉପଯୁକ୍ତ ରାୟ ରାଷ୍ଟ୍ରପତିଙ୍କୁ ଜଣାଇ ପାରିବେ।
ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ପଚାରି ଥିବା ୧୪ଟି ପ୍ରଶ୍ନ ହେଉଛି –
୧. ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ଯେତେବେଳେ ଏକ ବିଲ୍ ଉପସ୍ଥାପିତ ହୁଏ, ସେତେବେଳେ ରାଜ୍ୟପାଳଙ୍କ ସମ୍ମୁଖରେ କ’ଣ ସାମ୍ବିଧାନିକ ବିକଳ୍ପ ରହିଥାଏ ?
୨. ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ସମ୍ମୁଖରେ ଏକ ବିଲ୍ ଉପସ୍ଥାପିତ ହେବା ସମୟରେ ତାଙ୍କ ପାଖରେ ଉପଲବ୍ଧ ସମସ୍ତ ବିକଳ୍ପ ବ୍ୟବହାର କରିବା ସମୟରେ ମନ୍ତ୍ରୀ ପରିଷଦ ଦ୍ୱାରା ପ୍ରଦାନ କରାଯାଇଥିବା ସାହାଯ୍ୟ ଏବଂ ପରାମର୍ଶ ପାଇଁ ରାଜ୍ୟପାଳ ବାଧ୍ୟ କି?
୩. ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ସାମ୍ବିଧାନିକ ବିବେକର ପ୍ରୟୋଗ ନ୍ୟାୟସଙ୍ଗତ କି?
୪. ଭାରତୀୟ ସମ୍ବିଧାନର ଧାରା ୩୬୧ କ’ଣ ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ କାର୍ଯ୍ୟ ସମ୍ପର୍କରେ ନ୍ୟାୟିକ ସମୀକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଥାଏ ?
୫. ରାଜ୍ୟପାଳଙ୍କ ଦ୍ୱାରା କ୍ଷମତା ପ୍ରୟୋଗ କରି ସାମ୍ବିଧାନିକ ଭାବରେ ନିର୍ଦ୍ଧାରିତ ସମୟସୀମା ଏବଂ ପଦ୍ଧତିର ଅଭାବରେ, ରାଜ୍ୟପାଳଙ୍କ ଦ୍ୱାରା ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ସମସ୍ତ କ୍ଷମତା ପ୍ରୟୋଗ ପାଇଁ ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ସମୟସୀମା ଧାର୍ଯ୍ୟ କରାଯାଇପାରିବ କି?
୬. ଭାରତୀୟ ସମ୍ବିଧାନର ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ସାମ୍ବିଧାନିକ ବିବେଚନାର ପ୍ରୟୋଗ ନ୍ୟାୟସଙ୍ଗତ କି?
୭. ସମ୍ବିଧାନ ଅନୁଯାୟୀ ନିର୍ଦ୍ଧାରିତ ସମୟସୀମା ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା କ୍ଷମତା ପ୍ରୟୋଗ ପଦ୍ଧତିର ଅନୁପସ୍ଥିତିରେ, ଭାରତର ସମ୍ବିଧାନର ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ବିବେଚନା ପ୍ରୟୋଗ ପାଇଁ ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ସମୟସୀମା ଧାର୍ଯ୍ୟ କରାଯାଇପାରିବ କି?
୮. ରାଷ୍ଟ୍ରପତିଙ୍କ କ୍ଷମତାକୁ ନିୟନ୍ତ୍ରଣ କରୁଥିବା ସାମ୍ବିଧାନିକ ଯୋଜନାକୁ ଦୃଷ୍ଟିରେ ରଖି, ରାଜ୍ୟପାଳ ରାଷ୍ଟ୍ରପତିଙ୍କ ସମ୍ମତି ପାଇଁ ଏକ ବିଲ୍ ସଂରକ୍ଷଣ କରିବା ସମୟରେ ରାଷ୍ଟ୍ରପତିଙ୍କୁ ଭାରତର ସମ୍ବିଧାନର ଧାରା ୧୪୩ ଅନୁଯାୟୀ ଏକ ସନ୍ଦର୍ଭ ମାଧ୍ୟମରେ ସୁପ୍ରିମକୋର୍ଟଙ୍କ ପରାମର୍ଶ ନେବାକୁ ପଡିବ କି?
୯. ଭାରତୀୟ ସମ୍ବିଧାନର ଧାରା ୨୦୦ ଏବଂ ଧାରା ୨୦୧ ଅନୁଯାୟୀ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଆଇନ କାର୍ଯ୍ୟକାରୀ ହେବାର ପୂର୍ବ ପର୍ଯ୍ୟାୟରେ ନ୍ୟାୟସଙ୍ଗତ କି? କୌଣସି ବିଲ୍ ଆଇନରେ ପରିଣତ ହେବା ପୂର୍ବରୁ, କୌଣସି ପ୍ରକାରେ ଏହାର ବିଷୟବସ୍ତୁ ଉପରେ ନ୍ୟାୟିକ ବିଚାର କରିବା କୋର୍ଟମାନଙ୍କ ପାଇଁ ଅନୁମତିପ୍ରାପ୍ତ କି?
୧୦. ଭାରତୀୟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ କ’ଣ ସାମ୍ବିଧାନିକ କ୍ଷମତାର ପ୍ରୟୋଗ ଏବଂ ରାଷ୍ଟ୍ରପତି / ରାଜ୍ୟପାଳଙ୍କ ଦ୍ୱାରା ଆଦେଶକୁ କୌଣସି ପ୍ରକାରେ ପ୍ରତିସ୍ଥାପିତ କରାଯାଇପାରିବ?
୧୧. ରାଜ୍ୟ ବିଧାନସଭା ଦ୍ୱାରା ପ୍ରସ୍ତୁତ ଆଇନ କ’ଣ ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଅନୁମୋଦନ ବିନା ଆଇନ ବଳବତ୍ତର ରହିବ?
୧୨. ଭାରତୀୟ ସମ୍ବିଧାନର ଧାରା ୧୪୫(୩) ର ବ୍ୟବସ୍ଥାବଳୀକୁ ଦୃଷ୍ଟିରେ ରଖି, ଏହି ନ୍ୟାୟାଳୟର କୌଣସି ବି ପୀଠ କୌଣସି ଖଣ୍ଡପୀଠ ପ୍ରଥମେ ନିଷ୍ପତ୍ତି ନେବା ବାଧ୍ୟତାମୂଳକ ନୁହେଁ କି ଯେ ତାଙ୍କ ସମ୍ମୁଖରେ କାର୍ଯ୍ୟଧାରା ସହିତ ଜଡିତ ପ୍ରଶ୍ନ ଏପରି ପ୍ରକୃତିର କି ଯାହା ସମ୍ବିଧାନର ବ୍ୟାଖ୍ୟା ପାଇଁ ଜରୁରୀ ଏବଂ ଏହାକୁ ଅତି କମରେ ପାଞ୍ଚ ଜଣ ବିଚାରପତିଙ୍କ ଖଣ୍ଡପୀଠକୁ ପଠାଯାଉ?
୧୩. ଭାରତୀୟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟର କ୍ଷମତା କ’ଣ ପ୍ରକ୍ରିୟାଗତ ମାମଲା ଯାଏ ସୀମିତ , ଏହି ନିର୍ଦ୍ଦେଶ ଜାରି କରିବା କିମ୍ୱା ଆଦେଶ ପାରିତ କରିବା ଯାଏ ବିସ୍ତାରିତ କି?
୧୪. ଭାରତୀୟ ସମ୍ବିଧାନର ଧାରା ୧୩୧ ଅନୁଯାୟୀ ମାମଲା ବ୍ୟତୀତ ,କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ସମାଧାନ ପାଇଁ ସୁପ୍ରିମକୋର୍ଟର ଅନ୍ୟ କ୍ଷେତ୍ରାଧିକାର ଉପରେ ରୋକ୍ ଲଗାଏ କି ?