ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହାକାଶରେ ନୂଆ ଆବିଷ୍କାର କଲେ ୧୪ବର୍ଷିୟ ଦକ୍ଷ , ନାସା କଲା ଖୁବ୍‌ ପ୍ରଶଂସା

Published By : Prameya | January 27, 2025 5:56 PM

ନୂଆଦିଲ୍ଲୀ : ମହାକାଶର ଅନେକ ରହସ୍ୟ ପୃଥିବୀରେ ରହୁଥିବା ମାନବଙ୍କ ପାଇଁ ଆଜିବି ଏକ ଅବୁଝା ବିଷୟ ହୋଇ ରହିଛି। ନୋଏଡାର ସ୍କୁଲ୍‌ ଛାତ୍ର ଏହି କ୍ରମରେ ଏକ ରହସ୍ୟ ଉପରୁ ପରଦା ଉଠାଇ ପୃଥିବୀରୁ ଆକାଶ ଯାଏ ନିଜ ନାମ ଚମକାଇଛନ୍ତି। ଉଲ୍ଲେଖନୀୟ ଯେ , ନୋଏଡାର ଏକ ସ୍କୁଲରେ ପଢୁଥିବା ୯ଶ୍ରେଣୀର ଜଣେ ଛାତ୍ର ମହାକାଶରେ ମାର୍ସ ଓ ଜୁପିଟର ମଧ୍ୟରେ ମେନ୍ ଆଷ୍ଟରଏଡ ବେଲ୍ଟରେ ଏକ ନୂଆ ଆଷ୍ଟରଏଡ୍ ଆବିଷ୍କାର କରିଛନ୍ତି। ଏଥିଯୋଗୁଁ ବିଶ୍ୱର ବଡ଼ ମହାକାଶ ଏଜେନ୍ସି ନାସା ତାଙ୍କୁ ହିଁ ଆଷ୍ଟରଏଡ୍‌ର ନାମକରଣ କରିବାକୁ ଅନୁମତି ଦେଇଛି।

ଦି ପ୍ରିଣ୍ଟିର ରିପୋର୍ଟ ଅନୁସାରେ , ନ୍ୟାସନାଲ ଏୟରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡମିନିଷ୍ଟ୍ରେସନ (ନାସା) ଦ୍ୱାରା ନୋଏଡାର ଶିବ ନାଡର ସ୍କୁଲର ୧୪ବର୍ଷିୟ ଛାତ୍ର ଦକ୍ଷ ମଲିକଙ୍କୁ ଏକ ପ୍ରୋଭିଜନାଲ ଆଷ୍ଟରଏଡ୍‌ର ଆବିଷ୍କାର ପାଇଁ ମାନ୍ୟତା ଦିଆଯାଇଛି। ଯେମିତି କି, ସାଧାରଣତଃ ହୋଇଥାଏ, ଏହି ଆଷ୍ଟରଏଡର ନାଁ ବର୍ତ୍ତମାନରେ ଏହାର ଆବିଷ୍କାର ବର୍ଷର ଆଧାରରେ ‘2023 OG40 ’ରଖା ଯାଇଛି,କିନ୍ତୁ ଖୁବ୍ ଶୀଘ୍ର ଦକ୍ଷ ମଲିକ୍‌ଙ୍କୁ ଏଥିପାଇଁ ଏକ ସ୍ଥାୟୀ ନାଁ ଚୟନ କରିବାର ସମ୍ମାନ ମିଳିବ। 

ଦକ୍ଷ ମଲିକ୍‌ କହିଛନ୍ତି , ମୁଁ ପିଲାଦିନୁ ହିଁ ମହାକାଶ ବିଷୟରେ ଜାଣିବାକୁ ଆଗ୍ରହ ରଖି ଥିଲି। ମୁଁ ନ୍ୟାସନାଲ ଜିୟୋଗ୍ରାଫିକ୍‌ ଉପରେ ଗ୍ରହ ଓ ସୌର ମଣ୍ଡଳ ବିଷୟରେ ନିର୍ମିତ ସବୁ ଡକ୍ୟୁମେଣ୍ଟ୍ରିଜ୍‌ ଦେଖୁଥିଲି। ଏହା ଏକ ସ୍ୱପ୍ନ ସତ ହେବା ଭଳି। 

ଦକ୍ଷ ମଲିକ ଓ ତାଙ୍କର ସ୍କୁଲର କିଛି ବନ୍ଧୁ ଗତ ଦେଢ ବର୍ଷରୁ ଇଣ୍ଟରନ୍ୟାସନାଲ ଆଷ୍ଟରଏଡ୍‌ ଡିସ୍କଭରୀ ପ୍ରୋଜେକ୍ଟ (ଆଇଏଡିପି)ର ପାର୍ଟ ଭାବେ ମହାକାଶରେ ଆଷ୍ଟରଏଡ୍‌ର ଆବିଷ୍କାର କରୁ ଥିଲେ। ତାଙ୍କୁ ଏହି ସୁଯୋଗ ସେତେବେଳେ ମିଳିଲା, ଯେବେ ସ୍କୁଲର ଆଷ୍ଟ୍ରୋନମି କ୍ଲବ୍ ୨୦୨୨ର ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନମିକାଲ ସର୍ଚ୍ଚ କୋଲାବ୍ରେସନ (ଆଇଏଏସସି) ବିଷୟରେ ଏକ ଇମେଲ ପଠାଇ ଥିଲା। 

IASC ହେଉଛି ନାସା ସହ ଜଡ଼ିତ ଏକ ନାଗରିକ ବିଜ୍ଞାନ ( ସିଟିଜନ ସାଇନ୍ସ) କାର୍ଯ୍ୟକ୍ରମ ଯାହାକି, ସାରାବିଶ୍ୱର ଲୋକ ଓ ଛାତ୍ରଙ୍କୁ ନିଜର ଡାଟାସେଟ୍‌ ଓ ସଫ୍ଟୱେୟାରର ବ୍ୟବହାର କରି ନାସାକୁ ନୂଆ ଆଷ୍ଟରଏଡ୍‌ସର ଆବିଷ୍କାର କରିବାରେ ସାହାଯ୍ୟ କରିବାକୁ ନିମନ୍ତ୍ରିତ କରିଥାଏ। ଏସଟିଇଏମ ଓ ସ୍ପେସ୍‌ ସଙ୍ଗଠନ ଓ IASC ଦ୍ୱାରା ପରିଚାଳିତ ଆଇଏଡିପିରେ ପ୍ରତିବର୍ଷ ସାରା ବିଶ୍ୱରୁ ୬୦୦୦ରୁ ଅଧିକ ପ୍ରତିଭା ଭାଗ ନିଅନ୍ତି ଏବଂ ପ୍ରତିବର୍ଷ କିଛି ନୂଆ ଆଷ୍ଟ୍ରଏଡର ଆବିଷ୍କାର କରିବାରେ ସଫଳ ହୋଇଥାନ୍ତି। ଆଇଏଏସସିର ୱେବସାଇଟ୍‌ ଅନୁସାରେ , ଦକ୍ଷଙ୍କ ପୂର୍ବରୁ ଭାରତର ଆଉ ୫ ଛାତ୍ର ନାମିତ ଆଷ୍ଟ୍ରଏଡ୍‌ର ଆବିଷ୍କାର କରିବାରେ ସଫଳ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.