ନୂଆଦିଲ୍ଲୀ, ୩୧/୧୦ : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ବଡ଼ ଘୋଷଣା। ସାରା ଦେଶରୁ ୧୪୬୬ ପୁଲିସ କର୍ମୀଙ୍କୁ ମିଳିବ ଦକ୍ଷତା ପଦକ। ଓଡ଼ିଶାରୁ ସମ୍ମାନିତ ହେବେ ୧୪ ଜଣ। ଗୃହ ମନ୍ତ୍ରାଳୟର ୱେବସାଇଟ୍ରେ ତାଲିକା ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାର ବିଭିନ୍ନ କର୍ମୀଙ୍କୁ ସମ୍ମାନିତ କରାଯିବ।
ଗୃହ ମନ୍ତ୍ରାଳୟର ତାଲିକା ଅନୁଯାୟୀ, ଓଡ଼ି ଝାରସୁଗୁଡ଼ା ଏସପି ଜି. ରେଡ୍ଡୀ ରାଘବେନ୍ଦ୍ରଙ୍କୁ ସମ୍ମାନିତ କରାଯିବ। ସେହିପରି ଏସଆଇ ଦୀପକ କୁମାର ନାଏକ, ମନୋଜ ଡୁଙ୍ଗଡୁଙ୍ଗ, ହାବିଲଦାର ମୀନକେତନ ଜୁଏଦ, ରବୀନ୍ଦ୍ର ଓରାମ, କମାଣ୍ଡୋ ଭାରତ ସେନ, ପ୍ରଦୀପ କୁମାର, ଧର୍ମେନ୍ଦ୍ର ଭୋଇ, ହିମଲ ଶ୍ରେଷ୍ଠା, ଗୋବିନ୍ଦ କର୍କି, ରିତେଶ କୁମାର ନେଗୀ, ଚିତ୍ତରଞ୍ଜନ ଝଙ୍କର, ତନୁଜା ଧାରୁଆ ଓ ଉଦ୍ଧବ ନାୟକଙ୍କୁ ପଦକ ମିଳିବ।
ପ୍ରତି ବର୍ଷ ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭଭାଇଙ୍କ ଜୟନ୍ତୀ ଅବସରରେ ପୁଲିସ ଦକ୍ଷତା ପଦକ ଘୋଷଣା ହୋଇଥାଏ । ଉଲ୍ଲେଖନୀୟ କାର୍ଯ୍ୟ, ଉଚ୍ଚ ବୃତ୍ତିଗତ ମାନଦଣ୍ଡ ଏବଂ ପୁଲିସ କର୍ମଚାରୀଙ୍କ ମନୋବଳ ବୃଦ୍ଧି ପାଇଁ ଏହି ସମ୍ମାନ ଦିଆଯାଏ। ୨୦୨୪ ଫେବୃଆରୀ ୧ ତାରିଖରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହାପରେ ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଦକ୍ଷତା ପଦକ ଘୋଷଣା କରାଯାଉଛି।