ପ୍ରମୂଖ ଖବର
  • ଟ୍ରମ୍ପ ପ୍ରଶାସନର ମନମାନୀ, ବାଧ୍ୟ ହୋଇ ନାସାରୁ ଚାକିରି ଛାଡ଼ିବେ ୩୮୭୦ କର୍ମଚାରୀ
  • ||
  • ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଲାଗି ବିଜେପିର ଦାବି
  • ||
  • ଯୁଯୁମୁରା ଦେବଝରଣ ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ
  • ||
  • ଗୟାଜୀରେ ଗ୍ୟାଙ୍ଗରେପ୍ ! ହୋମଗାର୍ଡ ଆଶାୟୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ
  • ||
  • କଟକ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି ଦେବାକୁ କହି ଠକେଇ, ଜଣେ ଗିରଫ
  • ||
  • ସଫେଇ କର୍ମଚାରୀଙ୍କୁ ବଡ଼ ଭେଟି : ୧୦ ଲକ୍ଷର ଜୀବନବୀମା, କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ
  • ||
  • ଦୁଇ ଦଶନ୍ଧି ପରେ ଚିନ୍ତାର କାରଣ ପାଲଟିଛି ଚିକନଗୁନିଆ, ଭାରତ ପାଇଁ କେତେ ବିପଦ ?
  • ||
  • ବିଜେଡ଼ି ଆଣିବ ଅନାସ୍ଥା ପ୍ରସ୍ତାବ ! ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ଅରୁଣ ସାହୁ
  • ||
  • ଟେଷ୍ଟରୁ ସନ୍ନ୍ୟାସ ନେଇପାରନ୍ତି ଯଶପ୍ରୀତ ବୁମ୍‌ରା ! ସାମ୍ନାକୁ ଆସିଲା ବଡ଼ କାରଣ
  • ||
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଲିବୀୟା ଉପକୂଳରେ ନୌକା ଓଲଟି ୧୫ ଜଣ ଇଜିପ୍ଟୀୟଙ୍କ ମୃତ୍ୟୁ; ଜାରି ରହିଛି ଉଦ୍ଧାର କାର୍ଯ୍ୟ

Published By : Bijay Swain | July 25, 2025 10:29 PM

କାଇରୋ: ଲିବୀୟାର ପୂର୍ବ ଉପକୂଳ ନିକଟରେ ଶୁକ୍ରବାର ସକାଳ ସମୟରେ ଏକ ନୌକା ଓଲଟି ପଡ଼ିବା ଫଳରେ ଅତି କମରେ ୧୫ ଜଣ ଇଜିପ୍ଟୀୟଙ୍କ ମୃତ୍ୟୁ ହୋଇଛି। ଏହି ନୌକାଟି ଇଉରୋପ ଅଭିମୁଖେ ଯାଉଥିଲା ବୋଲି ଲିବୀୟା ଅଧିକାରୀମାନେ ସୂଚନା ଦେଇଛନ୍ତି। ଘଟଣାଟି ଟୋବ୍ରୁକ ସହର ନିକଟରେ ପ୍ରାୟ ଭୋର ୨ଟା ସମୟରେ ଘଟିଥିଲା ବୋଲି ଟୋବ୍ରୁକର ଜେନେରାଲ ଆଡମିନିଷ୍ଟ୍ରେସନ ଅଫ ଦି କୋଷ୍ଟ ଗାର୍ଡର ମୁଖପାତ୍ର ମାରୱାନ ଅଲ-ଶାଏରୀ କହିଛନ୍ତି। 

ଅଲ-ଶାଏରୀଙ୍କ ଦେଇଥିବା ସୂଚନା ଅନୁସାରେ, ମୃତକମାନେ ସମସ୍ତେ ଇଜିପ୍ଟୀୟ ନାଗରିକ ଥିଲେ। ଉଦ୍ଧାର ଟିମ୍ ଦୁଇଜଣ ସୁଦାନୀ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଅନ୍ୟ କ୍ରୁ ସଦସ୍ୟ ନିଖୋଜ ରହିଛନ୍ତି। ସମୁଦ୍ରରେ ଯାତ୍ରା ପାଇଁ ପାଗ ଅନୁପଯୋଗୀ ଥିବା ସୂଚନା ଦେଇଛନ୍ତି ଅଲ-ଶାଏରୀ। କିନ୍ତୁ ନୌକା ଓଲଟିବାର ସ୍ପଷ୍ଟ କାରଣ ଏଯାଏଁ ଜଣାପଡ଼ି ପାରିନାହିଁ। କେତେ ଲୋକ ଏବେ ବି ନିଖୋଜ ରହିଛନ୍ତି ତାହା ମଧ୍ୟ ଅସ୍ପଷ୍ଟ ରହିଛି। 

ସମୁଦ୍ରରେ ଯାଆସ କରୁଥିବା ନୌକା ଗୁଡିକ ଉପରେ ନଜର ରଖୁଥିବା ସ୍ଥାନୀୟ ସହାୟତା ଗୋଷ୍ଠୀ ଶୁକ୍ରବାର ଦିନ ଫେସବୁକରେ ପୋଷ୍ଟ କରି କହିଛନ୍ତି ଯେ ଏହି ଘଟଣାରେ ୧୦ ଜଣ ବଞ୍ଚିଥିବା ଜଣାପଡ଼ିଛି। ଲିବୀୟା ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରୁ ଯୁଦ୍ଧ ଓ ଦାରିଦ୍ର୍ୟରୁ ପଳାୟନ କରୁଥିବା ଅବୌଧ ପ୍ରବାସୀଙ୍କ ପାଇଁ ଏକ ପ୍ରମୁଖ ଟ୍ରାନଜିଟ ପଏଣ୍ଟ ଭାବେ ପରିଚିତ। ତେଣୁ ଏହି ନୌକାରେ ଅନେକ ଦେଶର ଲୋକ ସବାର ଥିଲେ ବୋଲି ଅନୁମାନ କରାଯାଉଛି। 

ଏହି ଦୁର୍ଘଟଣା ମେଡିଟେରାନୀୟ ସମୁଦ୍ର ଅତିକ୍ରମ କରି ଇଉରୋପରେ ଉନ୍ନତ ଜୀବନ ଖୋଜୁଥିବା ଅବୌଧ ପ୍ରବାସୀଙ୍କ ପାଇଁ ଏହାର ବିପଦସଙ୍କୁଳ ଯାତ୍ରାକୁ ସାମ୍ନାକୁ ଆଣିଛି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.