ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ନୃସିଂହନାଥ ଦର୍ଶନ ସାରି ବାହାରିଥିଲେ ହରିଶଙ୍କର... ଗନ୍ଧମାର୍ଦ୍ଦନର ଘଞ୍ଚ ଜଙ୍ଗଲରେ ହୋଇଗଲେ ବାଟବଣା, ଦୀର୍ଘ ୧୫ ଘଣ୍ଟା ପରେ ଉଦ୍ଧାର ହେଲେ ୧୭ ପର୍ଯ୍ୟଟକ

Published By : Rasmita Pradhan | July 24, 2025 9:46 AM

ବରଗଡ଼,୨୪/୦୭ : ନୃସିଂହନାଥ ଦର୍ଶନ ସାରି ଗନ୍ଧମାର୍ଦ୍ଦନ ପର୍ବତ ଉପରେ ରହିଥିବା କପିଳଧାରକୁ ଚଢ଼ିଥିଲେ ପର୍ଯ୍ୟଟକ। ପାହାଡ଼ିଆ ପାଦଚଲା ରାସ୍ତାରେ ଯାଉଥିବା ବେଳେ ହୋଇଗଲେ ବାଟବଣା। ଗନ୍ଧମାର୍ଦ୍ଦନର ଘଞ୍ଚ ଜଙ୍ଗଲରେ ଫସିଗଲେ ଛତିଶଗଡ଼ର ୧୭ ପର୍ଯ୍ୟଟକ। ଦୀର୍ଘ ୧୫ ଘଣ୍ଟା ପରେ ଉଦ୍ଧାର କଲେ ରେସ୍କ୍ୟୁ ଟିମ୍। ସମସ୍ତ ପର୍ଯ୍ୟଟକ ଏବେ ସୁରକ୍ଷିତ ଅଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ବରଗଡ଼ ଅଣାଯାଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଛତିଶଗଡ଼ର ୧୭ ଜଣିଆ ପର୍ଯ୍ୟଟକ ଦଳ ପଶ୍ଚିମ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବାକୁ ଆସିଥିଲେ । ବୁଧବାର ପୂର୍ବାହ୍ଣ ସାଢ଼େ ୧୦ଟାରେ ନୃସିଂହନାଥରୁ ଦର୍ଶନ ସାରି ହରିଶଙ୍କର ଅଭିମୁଖେ ଯାଉଥିଲେ । ଘଞ୍ଚ ଗନ୍ଧମାର୍ଦ୍ଦନର ପାହାଡ଼ିଆ ରାସ୍ତା ଦେଇ ଯାଉଥିବାବେଳେ ସେମାନେ ବାଟବଣା ହୋଇଯାଇଥିଲେ । ସମୟ ଗଡ଼ିବା ସହିତ ରାତି ବଢିଥିଲା ଓ ଦେଖୁ ଦେଖୁ ଚାରିଆଡ଼େ ଛାଇ ଯାଇଥିଲା କଳା ବାଦଲ ସାଙ୍ଗକୁ ପ୍ରବଳ ବର୍ଷା। ଶେଷରେ ଫେରିବା ବାଟ ନପାଇ ପାଣି ଘେରରେ ଫସି ରହିଥିଲେ ସମସ୍ତେ। ରାତି ପ୍ରାୟ ୯ଟାରେ ପର୍ଯ୍ୟଟକମାନେ ଯେକୌଣସି ମତେ ସ୍ଥାନୀୟ ପ୍ରଶାସନକୁ ଟୋଲ ଫ୍ରି ନମ୍ବର ସାହାଯ୍ୟରେ ଯୋଗାଯୋଗ କରିଥିଲେ। ଖବର ପାଇବା ମାତ୍ରେ ୪୦ ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ବାହାରି ଯାଇଥିଲେ। ରାତି ତମାମ ପର୍ବତ ଉପରେ ଜଙ୍ଗଲ ମଧ୍ୟରେ ଖୋଜାଖୋଜି କରିଥିଲେ। ଡିଭିଏଫ୍‌ ଫୋର୍ସ, ଅଗ୍ନିଶମ ବାହିନୀ, ବନ କର୍ମଚାରୀ, ପୁଲିସ୍‌ ପ୍ରଶାସନର ଅଧିକାରୀମାନେ ଏହି ଟିମ୍‌ରେ ସାମିଲ ଥିଲେ। ବର୍ଷା ବିତ୍ପାତ ଏବଂ ହାତୀଭୟ ଉଦ୍ଧାର କାର୍ଯ୍ୟରେ ଅଡୁଆ ସୃଷ୍ଟି କରିଥିଲା। ଶେଷରେ ମୋବାଇଲ୍ ଟ୍ରାକ୍ କରି ସମସ୍ତ ୧୭ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.