ଖଲ୍ଲିକୋଟ, ୧/୭ :- ଖଲ୍ଲିକୋଟ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୯ଟି ବାଇକ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାହାଡାପଲ୍ଲୀ ଗ୍ରାମର ଦିଲ୍ଲୀପ ପଲେଇ (୨୭), ବଡ଼ଗଡ଼ ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର କାଳି ଚରଣ ପ୍ରଧାନ (୨୨) ଓ ଜଗା ପ୍ରଧାନ (୨୫)ଏବଂ ଧରାକୋଟ ଥାନା ଅନ୍ତର୍ଗତ ଗୋଲା ଦାମୋଦରପଲ୍ଲୀ ଗ୍ରାମର କେ. କୃଷ୍ଣ ପାତ୍ର।
ଖଲ୍ଲିକୋଟ ଥାନା ଅଂଚଳରେ ଦୀର୍ଘ ଦିନ ହେଲା ବାଇକ ଚୋରି ହେଉଥିବା ନେଇ ଅଭିଯୋଗ ପରେ ଗଞ୍ଜାମ ଏସପି ଙ୍କ ନିର୍ଦ୍ଧେଶ କ୍ରମେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଖଲ୍ଲିକୋଟ ଆଇଆଇସି ରମେଶ କୁମାର ପ୍ରଧାନ, ଏସ ଆଇ କେଶବ ଷଡ଼ଙ୍ଗୀ, ଦେବଦତ୍ତ ପ୍ରିୟଦର୍ଶୀ, ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର, କନେଷ୍ଟବଲ ଅଜୟ ବେହେରା ଓ ରମାକାନ୍ତ ନାୟକ ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରି ବାଇକ ଚୋରି ଗ୍ୟାଙ୍ଗ କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲେ। ତେବେ ବିଶେଷ ସୂତ୍ର ରୁ ଖବର ପାଇ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ୪ ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟ ରୁ ୧୯ ଟି ବାଇକ ଜବତ କରିଥିଲେ। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାହାଡାପଲ୍ଲୀ ଗ୍ରାମ ର ଦିଲ୍ଲୀପ ପଲେଇ (୨୭), ବଡ଼ଗଡ଼ ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମ ର କାଳି ଚରଣ ପ୍ରଧାନ (୨୨) ଓ ଜଗା ପ୍ରଧାନ (୨୫)ଏବଂ ଧରାକୋଟ ଥାନା ଅନ୍ତର୍ଗତ ଗୋଲା ଦାମୋଦରପଲ୍ଲୀ ଗ୍ରାମ ର କେ. କୃଷ୍ଣ ପାତ୍ରଙ୍କୁ ଗିରଫ କରିଥିଲେ।
ଖଲ୍ଲିକୋଟ ଥାନା ଅଞ୍ଚଳ ସମେତ ବେଗୁନିଆପଡା, ଆସିକା, କବିସୂର୍ଯ୍ୟନଗର, ଶେରଗଡ଼ ଥାନା ଅଞ୍ଚଳ ରୁ ବାଇକ ଚୋରି କରିଥିବା ସମ୍ପୃକ୍ତ ଥାନା ମାନଙ୍କ ରେ ଅଭିଯୋଗ ହୋଇଥିଲା। ଖଲ୍ଲିକୋଟ ଶ୍ୟାମସୁନ୍ଦରପୁର ଗ୍ରାମ ର ସୁରେଶ ଚନ୍ଦ୍ର ରାଉଳ ଙ୍କ ବାଇକ ଖଲ୍ଲିକୋଟ ମେଡିକାଲ ସମ୍ମୁଖରୁ ଚୋରି ହୋଇଥିଲା। ବରପଦର ଗ୍ରାମର ଟୁନା ସେଠିଙ୍କ ବାଇକ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଚୋରି ହୋଇଥିଲା। କରଣ ସାହି ସହଦେଵ ସିଂ ଙ୍କ ବାଇକ ଆର ଆଇ ଅଫିସ ସମ୍ମୁଖରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଜବତ ବାଇକକୁ ପୋଲିସ ବାଇକ ମାଲିକ ମାନଙ୍କୁ ଫେରାଇଛି । ଏନେଇ ଖଲ୍ଲିକୋଟ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର । ଏହି ସାମ୍ବାଦିକ ସମ୍ମିଳନୀ ରେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ, ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବାଇକ ପାଇବା ପରେ ମାଲିକ ମାନେ ପୋଲିସ କୁ ଧନ୍ୟବାଦ୍ ଜଣାଇଛନ୍ତି ।