ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ଜମିରେ ପାଣି ମଡାଇବା ପାଇଁ ବିଲକୁ ଯାଉଥିଲେ , ବଜ୍ରପାତରେ ଚାଲିଗଲା ୨ ଜୀବନ

Published By : Prameya | April 30, 2025 4:35 PM

ପଦ୍ମପୁର, ୨୦।୪ : ଚାଷଜମିରେ ପାଣି ମଡାଇବା ପାଇଁ ବିଲକୁ ଯାଉଥିଲେ। ହଠାତ ବଜ୍ରପାତ ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ବରଗଡ଼ ଜିଲ୍ଲା  ପଦ୍ମପୁର ଉପଖଣ୍ଡ ଲାଖମର ଗ୍ରାମରେ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ମମତା ମେହେର ଓ ଆଶିଷ ମେହେର । 

ବରଗଡ଼ ଜିଲ୍ଲା  ପଦ୍ମପୁର ଉପଖଣ୍ଡ ଲାଖମର ଗ୍ରାମର ମମତା ମେହେର ଓ ଆଶିଷ ମେହେର ଚାଷ ଜମିରେ ପାଣି ମଡ଼ାଇବାକୁ  ବିଲକୁ ଯାଇଥିଲେ। ଏହି ସମୟରେ ବର୍ଷା ଓ ଘଡଘଡି ସହିତ ବିଜୁଳି ହୋଇଥିଲା ।  ବିଲ  ନିକଟରେ  ଥିବା   ଏକ ଚାଲ ଘରେ  ଉଭୟ ଆଶ୍ରୟ ନେଇଥିଲେ। ଏହି ସମୟରେ ଉଭୟଙ୍କ ଉପରେ ବଜ୍ରପାତ ହୋଇଥିଲ। ସେଠାରେ ଉଭୟଙ୍କ ଜୀବନ ଚାଲିଯାଇଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.