ପଦ୍ମପୁର, ୨୦।୪ : ଚାଷଜମିରେ ପାଣି ମଡାଇବା ପାଇଁ ବିଲକୁ ଯାଉଥିଲେ। ହଠାତ ବଜ୍ରପାତ ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ବରଗଡ଼ ଜିଲ୍ଲା  ପଦ୍ମପୁର ଉପଖଣ୍ଡ ଲାଖମର ଗ୍ରାମରେ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ମମତା ମେହେର ଓ ଆଶିଷ ମେହେର । 

ବରଗଡ଼ ଜିଲ୍ଲା  ପଦ୍ମପୁର ଉପଖଣ୍ଡ ଲାଖମର ଗ୍ରାମର ମମତା ମେହେର ଓ ଆଶିଷ ମେହେର ଚାଷ ଜମିରେ ପାଣି ମଡ଼ାଇବାକୁ  ବିଲକୁ ଯାଇଥିଲେ। ଏହି ସମୟରେ ବର୍ଷା ଓ ଘଡଘଡି ସହିତ ବିଜୁଳି ହୋଇଥିଲା ।  ବିଲ  ନିକଟରେ  ଥିବା   ଏକ ଚାଲ ଘରେ  ଉଭୟ ଆଶ୍ରୟ ନେଇଥିଲେ। ଏହି ସମୟରେ ଉଭୟଙ୍କ ଉପରେ ବଜ୍ରପାତ ହୋଇଥିଲ। ସେଠାରେ ଉଭୟଙ୍କ ଜୀବନ ଚାଲିଯାଇଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।