ଫିରିଙ୍ଗିଆ, ୨୦।୧୦ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଂଚାୟତ ଅଧୀନରେ ଥିବା ଡଙ୍ଗେରିକିଆ ଗାଁରେ ଏପ୍ରିଲ ୧୦ ତାରିଖରେ ଗୁଣିଗାରେଡିକୁ କେନ୍ଦ୍ର କରି କିଛି ଦୁର୍ବୁତ୍ତ ସେହି ଗାଁ ର ସଂଜୀବ କହଁର ଘରେ ନିଆଁ ଲଗାଇ ଦେଇଥିଲେ I ଫଳରେ ଘରଟି ସମ୍ପୂର୍ଣ ଜାଳିପୋଡି ପାଉଁଶ ହୋଇଯାଇଥିଲା I ସେହି ଦିନଠାରୁ ସଂଜୀବ କହଁର ଓ ତାଙ୍କ ପରିବାର ଭୟରେ ଗାଁ ଛାଡି ବାହାରେ ରହିବା ସହ ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ I
ସଂଜୀବ କହଁରଙ୍କ ଏତଲା ଆଧାରରେ ଫିରିଙ୍ଗିଆ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା I ତେବେ ଅଭିଯୁକ୍ତମାନେ ପୋଲିସ ଗିରଫ ଦାରି ଭୟରେ ଫେରାର ହୋଇ ଯାଇଥିଲେ। ଶେଷରେ ଡେରିରେ ହେଲେ ବି ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି I ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ସେହି ଡଙ୍ଗେରିକିଆ ଗାଁ ର ଗୋପାଳ କହଁର ଓ ନିମନ୍ତ କହଁର ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ବର୍ତ୍ତମାନ ମଧ୍ୟ୍ୟ ଫେରାର ଥିବା ପୋଲିସ ସୂଚନା ଦେଇଛି I ଖୁବ ଶୀଘ୍ର ଫେରାର ଅଭିଯୁକ୍ତ ମଧ୍ୟ୍ୟ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ରବିବାର ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I