ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ

Published By : Suraj Kumar | July 1, 2025 7:12 PM

ଭୁବନେଶ୍ବର,୧।୭ : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଖାରବେଳ ନଗର ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ୨ ଜଣ ହେଲେ ସଞ୍ଜୀବ ମିଶ୍ର ଓ ସଚ୍ଚିକାନ୍ତ ସ୍ବାଇଁ।  ପୂର୍ବରୁ  କର୍ପୋରେଟର ଜୀବନ ରାଉତ , ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ପୁଲିସ ଗିରଫ କରିଥିଲା। ଏହି ଘଟଣାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ,  ସୋମବାର  ବିଏମ୍‌ସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା। ଅତିରିକ୍ତ କମିଶନର ରତ୍ନାକର ସାହୁ  ଅଭିଯୋଗ ଶୁଣାଣି କରୁଥିଲେ।  ଜଣେ କର୍ପୋରେଟରଙ୍କ ୫ରୁ ୬ ଜଣ ସହଯୋଗୀ ହଠାତ୍ ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ଉଠାଇନେବାକୁ ଉଦ୍ୟମ କରିବା ସହ ମାଡ଼ ମାରିଥିଲେ।  ଏହି ନେଇ ତୁରନ୍ତ ଖାରବେଳନଗର ଥାନାକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।ପରବର୍ତ୍ତି ସମୟରେ ଅତିରିକ୍ତ କମିଶନର ଏ ନେଇ ଖାରବେଳ ଥାନାରେ ସମ୍ପୃକ୍ତ କର୍ପୋରେଟର ଓ ତାଙ୍କ ସମର୍ଥକଙ୍କ ବିରୋଧରେ  ଲିଖିତ ଅଭିଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.