ଭୁବନେଶ୍ୱର,୦୨/୦୨: ଘର ପରିସର ଭିତରେ ପଶି ଦୁଇ ବାଇକ୍ ଜାଳିଦେଲେ ଦୁର୍ବୃତ୍ତ ।  ଗାଡ଼ି ଜାଳିବାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଟଣା ପୋଲିସ ଘଟଣାର ତଦନ୍ତ କରୁଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଉଦୟପୁର ଗ୍ରାମର ତରଣୀସେନ ପାତ୍ରଙ୍କ ଘର ପରିସରରେଏଭଳି ଘଟିଛି ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଶନିବାର ରାତିରେ ଉଦୟପୁର ଗ୍ରାମର ତରଣୀସେନ ପାତ୍ରଙ୍କ ଘର ପରିସରରେ ଭିତରେ ଥିବା ଏକ ବୁଲେଟ ଓ ୟାମାହା ଏମ୍‌ଟି ୧୫ ବାଇକ୍‌କୁ  ଦୁର୍ବୁତ୍ତ ମାନେ ଜାଳି ଦେଇଥିଲେ । ନିଆଁ ଲାଗିବା ଜାଣି ତରଣୀଙ୍କ ବାପା ପାଣି ଢାଳି ନିଆଁକୁ ଲିଭାଇ ଥିବା ବେଳେ ଏକ ବଡ଼ ଅଘଟଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗାଡି ଜାଳିବା ପଛର କାରଣ ଅସ୍ପଷ୍ଟ ରହିଛି ।  ଏନେଇ ପାଟଣା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।