ଆନନ୍ଦପୁର, ୧।୪ : ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଆନନ୍ଦପୁର ସ୍ପେସାଲ ସ୍କୁଆର୍ଡ ପୁଲିସ । ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକକଟରୁ ୪ଟି ବାଇକ୍ ଜବତ ହୋଇଛି । ୨ ଲୁଟେରା ହେଲେ ଟୋଲଙ୍ଗପଡା ଗାଁ ର ଇଶ୍ବର କୁମାର ଜେନା ଓ ଅମରଜ୍ବତି ଜେନା ।
ଚଳିତ ବର୍ଷ ଦେଓଗାଁ ଜାଗର ମେଳାରେ ଦୋକାନ ଦେଇଥିବା ଫକିରପୁର ଗାଁ ର ବ୍ୟବସାୟୀ ସନ୍ତୋଷ କୁମାର ରଣାଙ୍କ ଏକ ବାଇକ୍ ଫେବୃଆରୀ ମାସ ୨୬ ତାରିଖ ମେଳାରୁ ଚୋରୀ ହୋଇଥିଲା । ସନ୍ତୋଷଙ୍କ ଅଭିଯୋଗକୁ ଆଧାର କରି ଆନନ୍ଦପୁର ଏସଡିପିଓ କିଛି ବଛା ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ସ୍କୁଆଡ ଗଠନ କରିଥିଲେ । ଏହି ସ୍କୁଆର୍ଡ ତଦନ୍ତ ପରେ ଟୋଲଙ୍ଗପଡା ଗାଁ ର ଇଶ୍ବର କୁମାର ଜେନା ଓ ଅମରଜ୍ବତି ଜେନାଙ୍କୁ ଅଟକରଖି ପଚାରା ଉଚାରା କରିବାରୁ ଗ୍ୟାଙ୍ଗର ପର୍ଦାଫାସ ହୋଇଥିଲା । ଉଭୟ ଙ୍କ ସୂଚନା ଆଧାରରେ ୪ଟି ଚୋରା ବାଇକ୍ ଜବତ କରିବାସହ ଉଭୟ ଙ୍କୁ ଗିରଫ କରିଛି ପୁଲିସ। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ଖୁବଶୀଘ୍ର ଗିରଫ ହେବେ କହିଛନ୍ତି ଆନନ୍ଦପୁର ଏସଡିପିଓ ।