ଭୁବନେଶ୍ବର,୧୯।୩ :  ରାସ୍ତା ଉପରେ ଦୁଇ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ। ୨ ଭାଇ ବାଇକରେ ଯାଉଥିବା ବେଳେ ପଛ ପଟୁ ଆସି ଆକ୍ରମଣ କଲେ ଦୁର୍ବୃତ୍ତ। ଏକ ବାଇକରେ ଆସି ଆକ୍ରମଣ କରି ୨ ଦୁର୍ବୃତ୍ତ ଫେରାର। ୨ ଦୁର୍ବୃତ୍ତ ମୁହଁରେ ମଙ୍କି କ୍ୟାପ୍ ପିନ୍ଧି ଆସିଥିଲେ। ବଡଗଡ ଥାନା ଅଞ୍ଚଳରେ ଘଟିଛି ଘଟଣା। ଖଣ୍ଡା ଚୋଟରେ ରତି ରଞ୍ଜନ ସାହୁ ଆହତ ହୋଇଛନ୍ତି। ରତି ରଞ୍ଜନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।

ଖବର  ପାଇ  ଘଟଣାସ୍ଥଳରେ ପହଞ୍ଚି ବଡଗଡ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।  ସିସିଟିଭି ଆଧାରରେ ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।