​​​​​​​ଭୁବନେଶ୍ବର, ୨୨।୩ : ଆନ୍ତଃରାଜ୍ୟ କାର୍ ଲୁଟେରା ଗ୍ୟାଙ୍ଗ ଗିରଫ। ଟେଷ୍ଟ ଡ୍ରାଇଭ୍ ଆଳରେ କରୁଥିଲେ ଗାଡ଼ି ଲୁଟ୍।  ପାଣି କୋଇଲି ଅଞ୍ଚଳରୁ ଧରାପଡିଲେ ୨ ଲୁଟେରା।  ସେମାନଙ୍କ ଠାରୁ ଗୋଟିଏ ଏସୟୁଭି ଏବଂ ଗୋଟିଏ କାର ଜବତ୍। OLX ରେ ଗାଡ଼ି ବିକୁଥିବା ଲୋକଙ୍କୁ କରୁଥିଲେ ଟାର୍ଗେଟ।

ଚନ୍ଦ୍ରଶେଖରପୁରରୁ ଜଣେ ବ୍ୟକ୍ତି ଗାଡି ବିକିବା ପାଇଁ ଓଏଲଏକ୍ସରେ ଦେଇଥିଲେ। ଲୁଟେରା ଦ୍ବୟ ଆସି ଟେଷ୍ଟ ଡ୍ରାଇଭ୍ ଆଳରେ କରିଥିଲେ ଗାଡ଼ି ଚୋରି। ଏ ନେଇ ଚନ୍ଦ୍ରଶେଖପୁର ଥାନାରେ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ।  କମିଶନରେଟ୍ ପୋଲିସ ଚଢ଼ାଉକରି  ପାଣିକୋଇଲି ଅଞ୍ଚଳରୁ ଗ୍ୟାଙ୍ଗର ଦୁଇ ଗାଡ଼ି ଲୁଟେରା କାବୁ କରିଥିଲେ। ସେମାନଙ୍କ ନିକଟରୁ ଗୋଟିଏ ଏସୟୁଭି ଏବଂ ଗୋଟିଏ କାର ଜବତ୍ କରିଥିଲେ। ବିହାର ଏବଂ ଝାଡ଼ଖଣ୍ଡ ଅଞ୍ଚଳରୁ ସେମାନେ  ଚଳାଇଥିଲେ ନେଟୱର୍କ। ଗ୍ୟାଙ୍ଗର ଅନ୍ୟ ମାନଙ୍କୁ ଧରିବାକୁ କମିଶନରେଟ୍ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।