ରାୟଗଡ଼ା/ବିଷମକଟକ: ନିୟନ୍ତ୍ରଣ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍ । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ପଞ୍ଚାୟତ କାଚାପଯୁ ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ଚାଉଳ ବୋଝେଇ ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମେଡିକାଲରେ ମୃତ୍ୟୁବରଣ କରିଛନ୍ତି ।

ଏହା ବି ପଢ଼ନ୍ତୁ... 'ଦଳର ୧୪ ବିଧାୟକ ଏକ, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅକ୍ଷରେ ଅକ୍ଷରେ ମାନିବୁ, ଦାଶରଥୀ ଗମାଙ୍ଗ ନିଖୋଜ ଖବର ଗୁଜବ'

ଗତକାଲି ରାତିରେ ଧାନ ମିଲିଂ କରି ଫେରୁଥିବା ସମୟରେ ନିଜ ଗାଁ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ମୃତକମାନେ ହେଲେ ଡ୍ରିଞ୍ଜ ସାରକା ଓ ମଦନ ସାରକା । ଗୁରୁତର ଥିବା ହିମ ସାରକାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଆହତ ଧବଳେଶ୍ୱର ସାରକା, ଅଜିତ ସାରକା ଓ ନବୀନ ସାରକା ବିଷମକଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ତିନିଜଣ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇଥିବା ଜଣାପଡ଼ିଛି । ବିଷମକଟକ ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଛି ।