କେନ୍ଦୁଝର ସଦର,୧୧/୨(ଆପ୍ର) : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର୍ ଜାତୀୟ ରାଜପଥ ପଦ୍ମପୁର ମହେଶ୍ୱର ସାହୁ ଶିଳ୍ପ ତାଲିମ କେନ୍ଦ୍ର ନିକଟରେ ବାଇକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ହେଲେ ଝୁମ୍ପୁରା ଥାନା ଅନ୍ତର୍ଗତ ମଲଦା ଗ୍ରାମର ଧୂଳିଆ ବାରିକଙ୍କ ପତ୍ନୀ ଆରତୀ ବାରିକ(୫୩)। ସେ ରାସ୍ତା ଅତିକ୍ରମ କରିବା ବେଳେ ଏକ ବାଇକ ଆରୋହୀ ଆରତୀକୁ ଶକ୍ତ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଆରତୀଙ୍କ ମୃତ ହୋଇଛି। ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁ କରିବା ସହ ସବ ବ୍ୟଛେଦ ପରେ ପରିବାର ଳୋକଙ୍କୁ ହସ୍ତାନ୍ତର କରିଛି। ଚାଳକ ଏବଂ ବାଇକକୁ ଜବତ କରିଛି ପୁଲିସ।
ସେହିପରି ହାଣ୍ଡିଭଙ୍ଗା ପଞ୍ଚାୟତ ହାଣ୍ଡିଭଙ୍ଗା ଛକ ନିକଟରେ ସ୍କୁଟିରୁ ପଡ଼ି ସ୍ବର୍ଗତ ରତ୍ନାକର ବାରିକର ବଡପୁଅ ଲୋକନାଥ ବାରିକ(୩୯)ଙ୍କ ଘଟଣା ସ୍ଥଳରେ ହିଁ ମୃତ ହୋଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏ ନେଇ ସଦର ଥାନାରେ ମାମଲା ରୁଜୁ ହୋଇଛି।