ଘଟଗାଁ, ୭।୭ : ଥର ନେଲା ଜୀବନ। ବାଇକ୍କୁ ପଛପଟୁ ଧକ୍କା ଦେଲା ଥର। ଘଟଣାସ୍ଥଳରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ୨୧୫ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ନିକଟସ୍ଥ ଖୁଜୁରୀଜୁଆଣି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳି ନାହିଁ।
ଉଭୟ ବାଇକ୍ ଓ ମହିନ୍ଦ୍ରା ଥାର୍ କେନ୍ଦୁଝର ଅଭିମୁଖେ ଯାଉଥିଲେ। ଢେ଼ଙ୍କିକୋଟ ବଜାର ଆଗକୁ ଥିବା ଖଜୁରୀଜୁଆଣି ଛକ ନିକଟରେ ବାଇକକୁ ପଛପଟୁ ଥର ଧକ୍କା ଦେଇଥିଲା। ଫଳରେ ୨ ବାଇକ ଆରୋହୀ ଗାଡି ଛିଟିକି ପଡିଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଘଟଗାଁ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ଆହୁରି ପଢନ୍ତୁ : ସିମେଣ୍ଟ-ଷ୍ଟିଲ୍ ଦର ନିର୍ଦ୍ଧାରଣରେ ଚଳିବନି ମନମାନି, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଚୂଡ଼ାନ୍ତ କରିବ ଦର