କୋକସରା, ୭।୨ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ବିଜୁ ଏକ୍ସପ୍ରେସ ୱେ ବେହେରା ନିକଟରେ ଏକ ବାଇକକୁ ଟ୍ରକ ଧକ୍କା ଦେବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି । ମୁତକମାନେ ପଡୋଶୀ ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡିଛି।

ଏକ ଟାଟା ଆଇଚର କୁକୁଡ଼ା ବୋଝେଇ ଟ୍ରକ ବିଜୁ ଏକ୍ସପ୍ରେସ ୱେ ବେହେରା ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା। ଏପରିକି ବାଇକକୁ କିଛି ରାସ୍ତା ପର୍ଯ୍ୟନ୍ତ ଟ୍ରକ ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ବାଇକ ଚାଳକ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ପର୍ଲା ମେଡ଼ିକାଲ ନେବା ବାଟରେ ମୃତ୍ୟୁ ହୋଇଛି। କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡି କୁ ଜବତ କରିବା ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ମେଡ଼ିକାଲକୁ ଅଣାଯାଇଛି। ତେବେ ମୃତକ ଙ୍କ ପରିଚୟ ମିଳିନାହିଁ।