ଭୁବନେଶ୍ୱର ୨୬/୦୭: ଚିଠା ଭୋଟର ତାଲିକାରେ ନାମ ନାହିଁ କି ? ନୂତନ ଭୋଟର ଭାବେ ପଞ୍ଜୀକରଣ କରିବାକୁ ଚାହୁଛନ୍ତି କି ? କିମ୍ବା ନାମ, ଠିକଣା, ଫଟୋ କିମ୍ବା ଅନ୍ୟାନ୍ୟ ବିବରଣୀରେ ସଂଶୋଧନ ପାଇଁ ଚାହୁଛନ୍ତି କି ? ତେବେ ଆପଣ ଜାଣିନାହିଁ କେଉଁ ଫର୍ମରେ ଆବେଦନ କରିବେ ? ଚିଠା ଭୋଟର ତାଲିକାରେ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ସଠିକ୍ ଫର୍ମ କେମିତି ବାଛିବେ ? ଏନେଇ ରାଜ୍ୟ ନିର୍ବାଚନ ଆୟୋଗର ଏକ୍ସ ପୋଷ୍ଟରେ ସମସ୍ତ ତଥ୍ୟ ପ୍ରକାଶ କରାଯାଇଛି।
ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାରୁ ସମସ୍ତ ମତଦାତାଙ୍କୁ ନିଜ ନାମ ଓ ବିବରଣୀ ଯାଞ୍ଚ କରିବା ସହ ଜୁଲାଇ ୫ରୁ ଅଗଷ୍ଟ ୪, ୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ ପାଇଁ ଅନୁରୋଧ କରିପାରିବେ। ୧ ଜୁଲାଇ ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୋଗ୍ୟ ନାଗରିକମାନେ ଫର୍ମ-୬ ପୂରଣ କରି ବି.ଏଲ୍.ଓ.ଙ୍କ ନିକଟରେ ଦାଖଲ କରିପାରିବେ କିମ୍ବା ଅନ୍ଲାଇନ୍ରେ ଆବେଦନ କରିପାରିବେ।
📢 କେଉଁ ଫର୍ମ କେବେ ଦାଖଲ କରିବେ?
— Chief Electoral Officer, Odisha (@OdishaCeo) July 23, 2026
ଚିଠା ଭୋଟର ତାଲିକାରେ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ସଠିକ୍ ଫର୍ମ ବାଛନ୍ତୁ।
📝 Form 6 – ନୂତନ ଭୋଟର ପଞ୍ଜୀକରଣ
✅ ଚିଠା ଭୋଟର ତାଲିକାରେ ନାମ ନଥିଲେ
✅ ୦୧.୦୭.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିଲେ ଏବଂ ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିଲେ
📌 Form 6 ସହିତ ଘୋଷଣା ଫର୍ମ… pic.twitter.com/xT2oqCJTy4
ସେହିଭଳି ନାମ, ଠିକଣା, ଫଟୋ କିମ୍ବା ଅନ୍ୟାନ୍ୟ ବିବରଣୀରେ ସଂଶୋଧନ ପାଇଁ ଫର୍ମ -୮ର ବ୍ୟବହାର କରିପାରିବେ ଭୋଟ। କେବଳ ଅନ୍ୟ ରାଜ୍ୟରୁ ସ୍ଥାନାନ୍ତରଣ କ୍ଷେତ୍ରରେ ଫର୍ମ -୮ ସହିତ ଘୋଷଣା ଫର୍ମ ଦାଖଲ କରିବା ଅନିବାର୍ଯ୍ୟ।
ଏସ୍.ଆଇ.ଆର୍.ର ମୂଳ ଲକ୍ଷ୍ୟ କେବଳ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ମୃତ, ଅଯୋଗ୍ୟ ଓ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କ ନାମ ବିଲୋପ କରି ଏକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା । ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ମତଦାତା ଯେପରି ବାଦ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ସାମିଲ ନ ହୁଏ, ସେଥିପ୍ରତି ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଉଛି।
ଅଧିକ ପଢ଼ନ୍ତୁ :- ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ହଇଚଇ,ସେକ୍ସ ରାକେଟ୍ରେ ଧରାପଡ଼ିଲେ କର୍ମଚାରୀ
ସୂଚନା ଦିଆଯାଇଥିଲା ଯେ, ଗତ ମେ’ ୩୦ ତାରିଖରୁ ଆରମ୍ଭ ହୋଇଥିବା ପରିଗଣନା ଫର୍ମ ପୂରଣ କାର୍ଯ୍ୟ ଜୁନ୍ ୨୮ ତାରିଖରେ ସଫଳତାର ସହ ସମାପ୍ତ ହୋଇଛି । ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ସେପ୍ଟେମ୍ବର ୨ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ଶେଷ କରାଯିବ ଏବଂ ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।