ଭୁବନେଶ୍ୱର, ୨୦/୦୯: ରାଜଧାନୀରେ ହାତୀ ଉପଦ୍ରବ । ଇନଫୋସିଟି ଥାନା ନିକଟରେ ବୁଲୁଛନ୍ତି ୨ ଟି ହାତୀ । ଚନ୍ଦକା ଜଙ୍ଗଲ ପାଚେରୀ ଭାଙ୍ଗି ଚୁନୁକୋଳି ବସ୍ତି ଓ ପଥରଗାଡ଼ିଆ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିଦେଇଛନ୍ତି ଦୁଇଟି ହାତୀ।

ସୂଚନା ମୁତାବକ, ୨ ଟି ହାତୀ ଚନ୍ଦକା ଜଙ୍ଗଲର ପାଚେରୀ ଭାଙ୍ଗି ସହର ଭିତରକୁ ପଶି ଆସିଛନ୍ତି । ଇନଫୋସିଟି ଥାନା ନିକଟରେ ଏଣେତେଣେ ବୁଲିବା ପରେ ଚୁନୁକୋଳି ବସ୍ତି ଓ ପଥରଗାଡ଼ିଆ ଗାଁରେ ପଶିଛନ୍ତି । ଗାଁରେ ବ୍ୟାପକ ଧାନ ବିଲ ମଧ୍ୟ ନଷ୍ଟ କରିଦେଇଛନ୍ତି ଏହି ଦୁଇଟି ହାତୀ । ଫଳରେ ସ୍ଥାନୀୟଲୋକେ ଆତଙ୍କିତ ଅବସ୍ଥାରେ ଅନ୍ତି ।