ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଆମେରିକାରେ ଅଗ୍ନିଶମ କର୍ମଚାରୀଙ୍କୁ ଗୁଳି କରି ହତ୍ୟା, ଯୋଜନାବଦ୍ଧ ଆକ୍ରମଣ କରିଥିବା ଅନୁମାନ

Published By : Swapna Ray | June 30, 2025 9:42 AM

ନୂଆଦିଲ୍ଲୀ, ୩୦।୬: ଆମେରିକାର ଆଇଡାହୋ ରାଜ୍ୟ କୋୟୁର ଡି ଆଲେନରେ ରବିବାର ଏକ ବୁଦାରେ ନିଆଁ ଲାଗିଥିଲା । ନିଆଁ ଲିଭାଇବାକୁ ସେଠାକୁ ଆସିଥିବା ଅଗ୍ନିଶମ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଦୁଇଜଣଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ କେହି ଦୁର୍ବୃତ୍ତ । ଏହି ଆକ୍ରମଣରେ ଅନ୍ୟ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ଆହତ ହୋଇଥିବା ସୂଚନା । ଘଟଣାସ୍ଥଳରେ ଅନେକ ସମୟ ଧରି ଗୁଳିଚାଳନା ଜାରି ରହିଥିଲା । କୋଟନଇ କାଉଣ୍ଟିର ସେରିଫ୍ ରବର୍ଟ କହିଛନ୍ତି ଯେ, ଘଟଣାସ୍ଥଳରେ ଏବେ ବି ଅତି କମ୍‌ରେ ଜଣେ ସୁଟର୍ ଥାଇପାରନ୍ତି ଯିଏ ହାଇ ପାୱାର ରାଇଫଲ୍‌ରେ ପୋଲିସ ଉପରକୁ ଗୁଳିଚାଳନା କରୁଥିଲେ । ସେ କହିଛନ୍ତି, 'ଆମେ ଜାଣିନାହୁଁ ସେଠାରେ କେତେ ଜଣ ସୁଟର୍ ଅଛନ୍ତି କିନ୍ତୁ, ଚାରି ଦିଗରୁ ଗୁଳଚାଳନା ହେଉଥିବା ଆମ ଅଧିକାରୀମାନେ ରିପୋର୍ଟ ଦେଇଛନ୍ତି ।'

ସିଏନ୍‌ଏନ୍‌ ଅନୁଯାୟୀ, ଜଣେ ଅଗ୍ନିଶମ କର୍ମଚାରୀ ଅନୁମାନ କରିଛନ୍ତି ଯେ ଏହି ସ୍ଥାନରେ ଜାଣିଶୁଣି ନିଆଁ ଲଗାଯାଇଥିଲା । ଫଳରେ ଅଗ୍ନିଶମ କର୍ମଚାରୀମାନେ ସେଠାରେ ନିଆଁ ଲିଭାଇବାକୁ ପହଞ୍ଚିବା ମାତ୍ର ସେମାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଅଧ ଏକର ଜମିରେ ବ୍ୟାପିଥିବା ଏହି ନିଆଁ ଏବେ ବି ଜଳୁଛି ଏବଂ ପୋଲିସ ସୁଟର୍‌ଙ୍କୁ ଆୟତ୍ତରେ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହି ଗୁଳିକାଣ୍ଡରେ କେତେ ଜଣ ଆହତ ହୋଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେରିଫ୍ ନୋରିସ୍‌ ଅନୁଯାୟୀ, ଗୁଳି ଚଳାଉଥିବା ସୁଟର୍‌ମାନେ ଆତ୍ମସମର୍ପଣ କରିବାର କୌଣସି ସଙ୍କେତ ଦେଖାଉନାହାନ୍ତି । ତେଣୁ ଆଗକୁ ଏହି ଅପରେସନ୍ କିଛି ଦିନ ଧରି ଜାରି ରହିପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.