ବଲାଙ୍ଗିର,୨୩।୧୧ : ସଦର ଥାନା ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥର ଖର୍ଲିକାନି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଛରେ ବାଇକ ପିଟି ହେବାରୁ  ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସଦର ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁ ଟୁବୁଲୁ ଭୋଇ ଓ ଅମ ମହାଲିଙ୍ଗ ।

ସଦର ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁ ଟୁବୁଲୁ ଭୋଇ ଓ ଅମ ମହାଲିଙ୍ଗ  ବାଇକରେ ଆସୁଥିଲେ। ଖର୍ଲିକାନି ଛକରେ ବାଇକଟୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ।ଏଥିରେ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।