ଝରିଗାଁ,୧୯।୧ (ଆ ପ୍ର)- ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏକ ନଳକୂପ ଖନନ ଗାଡି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି।

ନଳକୂପ ଖନନ ଗାଡି ଝରିଗାଁ ବ୍ଲକ ଦେଇ ଚନ୍ଦାହାଣ୍ଡି ବ୍ଲକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିରେ ଓଲିଟି ପଡିଥିଲା।ଗାଡ଼ିରେ ଥିବା ଦୁଇ ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିଲେ। ବର୍ତ୍ତମାନ ସମୟରେ ବୋର୍ ୱେଲ୍ ଖନନ ଜାରି ରହିଛି। ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ବୋର୍ ୱେଲ ଖନନ ପାଇଁ ବୋର୍ ୱେଲ ଟ୍ରକ୍ ନିୟୋଜିତ ଥିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି।