ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ଆତଙ୍କବାଦୀ ହମଲା। ଏଥିରେ ଜଣେ ଡାକ୍ତରଙ୍କ ସମେତ ୬ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଥିରେ ତିିନି ଜଣ ବାହାର ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ , ଆତଙ୍କବାଦୀମାନେ ଜେଲ୍ର ଗୁଣ୍ଡ ଅଞ୍ଚଳରେ ସୁଡ଼ଙ୍ଗ ନିର୍ମାଣର କାମ କରୁଥିବା ଏକ ଘରୋଇ କମ୍ପାନୀର, ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକଙ୍କ କ୍ୟାମ୍ପ ଉପରେ ଗୁଳି ଆରମ୍ଭ କରିଥିଲେ। ଏହି ହମଲାରେ ତିନି ଜଣ ଶ୍ରମିକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଆଉ ଦୁଇ ଜଣ ଆହତ ହୋଇ ଯାଇଛନ୍ତି। ସେନା ଓ ଜମ୍ମୁ-କାଶ୍ମୀର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କର ତଲାସ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।
ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏକ୍ସରେ ପୋଷ୍ଟ କରି ଲେଖିଥିଲେ ଯେ, ବାହାର ଶ୍ରମିକଙ୍କ ଉପରେ କରାଯାଇ ଥିବା ଏହି କାପୁରୁଷ ପୂର୍ଣ୍ଣ ହମଲାକୁ ନିନ୍ଦା କରୁଛି , ଏହା ଅତ୍ୟନ୍ତ ଦୁଃଖଦ। ସେହି ଲୋକେ ସଂପୃକ୍ତ ଅଞ୍ଚଳରେ ଏକ ପ୍ରମୁଖ ଇନଫ୍ରାଷ୍ଟ୍ରକଚର ପ୍ରକଳ୍ପରେ କାମ କରୁଥିଲେ। ଏହି ଆତଙ୍କବାଦୀ ହମଲାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି , ଆଉ ଦୁଇ ଜଣ ଆହତ ହୋଇଛନ୍ତି। ମୁଁ ମୃତ ନିର୍ଦ୍ଦୋଷ ଲୋକଙ୍କ ଉପରେ ଏହି ହମଲାର କଡ଼ା ନିନ୍ଦା କରୁଛି ଏବଂ ତାଙ୍କ ପରିବାର ଲୋକଙ୍କ ପ୍ରତି ନିଜର ସମ୍ୱେଦନା ବ୍ୟକ୍ତ କରୁଛି।
କହି ରଖୁଛୁ କି ,ଜମ୍ମୁ-କାଶ୍ମୀରରେ ସଦ୍ୟ ଦିନ ଗୁଡ଼ିକରେ ଆତଙ୍କବାଦୀଙ୍କ ଦ୍ୱାରା ବାହାର ରାଜ୍ୟର ଲୋକଙ୍କୁ ଟାର୍ଗେଟ୍ କିଲିଙ୍ଗ୍ କରାଯାଉଛି। ସେଠାରେ କାମ କରୁଥିବା ଶ୍ରମିକମାନେ ସବୁଠୁ ସହଜ ଟାର୍ଗେଟ୍ ପାଲଟିଛନ୍ତି। ଦୁଇ ଦିନ ପୂର୍ବରୁ ହିଁ ଏମିତି ହିଁ ଏକ ଘଟଣା ଆତଙ୍କୀଙ୍କ ଦ୍ୱାରା ଘଟିଥିଲା, ଯେଉଁଥିରେ ଜଣେ ଅଣ କାଶ୍ମୀରୀ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇ ଥିଲା।