ଭୁବନେଶ୍ବର, ୧୨।୧ : ମହିଳାଙ୍କ ଠାରୁ ମୋବାଇଲ ଲୁଟ୍ କରିବା ଅଭିଯୋଗରେ ନୟାପଲ୍ଲୀ ପୁଲିସ ୨ ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶଙ୍କର ରେଡି ଓ ତାଙ୍କ ସହଯୋଗୀ କୁନାଲ ବେହେରା। ରବିବାର ଏକାମ୍ର ପାର୍କ ସାମ୍ନାରୁ ଜଣେ ମହିଳାଙ୍କ ମୋବାଇଲ ଝାମ୍ପି ନେଇ ଫେରାର ହୋଇଯାଇଥିଲେ।
ରବିବାର ଫ୍ଲାଓ୍ବାର ସୋ ଦେଖିବାକୁ ଆସିଥିବା ଜଣେ ମହିଳା ଫୋନ ଯୋଗେ କଥା ହେଉଥିଲେ। ଏହି ସମୟରେ ଶଙ୍କର ଓ କୁନାଲ ବାଇକରେ ଦୃତ ବେଗରେ ଆସି ମୋବାଇଲ ଝାମ୍ପି ନେଇଥିଲେ। ଏ ନେଇ ମହିଳା ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏମାନଙ୍କୁ ଗିରଫ କରିଛି। ଶଙ୍କରଙ୍କ ବିରୋଧରେ ୧୦ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି ।