ଭୁବନେଶ୍ବର,୨୩/୫ : ଯୁକ୍ତ ଦୁଇ ପରୀକ୍ଷା ଫଳକୁ ନେଇ ରିଚେକିଂ ଓ ରି-ଆଡିସନ୍ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏ ନେଇ ସିଏଚ୍ଏସ୍ଇ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମେ’ ୩୦ରୁ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏଥିପାଇଁ ୨୦୦ ଟଙ୍କା ଫିସ୍ ଦେବାକୁପଡିବ । ପ୍ରତ୍ୟେକ ଖାତା ପାଇଁ ୨୦୦ ଟଙ୍କା ଫିସ୍ ରହିଛି ।
