ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ସୁନ୍ଦରଗଡ଼ରେ ଭିନ୍ନ ଭିନ୍ନ ସ୍ଥାନରେ ଅଘଟଣ, ସାପ କାମୁଡ଼ିରେ ଗଲା ୨ ଜୀବନ

Published By : Swapna Ray | June 30, 2025 10:35 AM

ରାଉରକେଲା, ୩୦।୬: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କଟୁରୀଧୁଆ ଓ ନରେନ୍ଦ୍ର ଅଞ୍ଚଳରେ ଦୁଖଃଦ ଘଟଣା । ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ମୁତାବକ, କଟୁରୀଧୁଆ ଗ୍ରାମର ନାବାଳିକା ରଶ୍ମି ଓରାମ୍ ଘରେ ଶୋଇଥିଲେ । ଶୋଇଥିବା ସମୟରେ ତାଙ୍କୁ ସାପ କାମୁଡ଼ିଥିଲା । ଏହା ଜାଣିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ବଣାଇ ଡାକ୍ତରଖାନା ନେଇଥିଲେ । କିନ୍ତୁ, ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ ।  

ସେହିପରି ନରେନ୍ଦ୍ର ଗ୍ରାମର ଅଜିତ୍ ଓରାମ ରବିବାର ରାତିରେ ଘରୁ ବାହାରକୁ ବାହାରିଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା । ଚିକିତ୍ସା ଲାଗି ତାଙ୍କୁ ବଣାଇ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ବର୍ଷା ଋତୁରେ ସାପ କାମୁଡ଼ାରେ ଅନେକଙ୍କ ମୃତ୍ୟୁ ହୋଇଥିବା ଖବର ଆସୁଛି । ତେଣୁ ଘରେ ହେଉ କିମ୍ୱା ବାହାରକୁ ଯିବାବେଳେ ସତର୍କ ଏବଂ ସାବଧାନ ରହିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.