ନୂଆଦିଲ୍ଲୀ,୧୮/୦୫: ମଝି ଆକାଶରେ ପିଟିହେଲା ଯୁଦ୍ଧ ବିମାନ । ଆମେରିକୀୟ ନୌସେନାର ଏୟାର ଶୋ' ବେଳେ ବଡ଼ ଅଘଟଣ ଘଟିଛି । ମଝି ଆକାଶରେ ୨ ଯୁଦ୍ଧ ବିମାନ ମଧ୍ୟରେ ଧକ୍କା ହୋଇଛି । ଇଦାହୋ ଏୟାରବେସ୍‌ରେ ୨ ମାଇଲ୍ ଦୂରରେ ଦୁର୍ଘଟଣା ଘଟିଛି । ଦୁଇ ବିମାନ ଆକାଶରେ ଉଡ଼ୁଥିବା ବେଳେ ପରସ୍ପର ସହ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଯାଇଥିଲା । ସୌଭାବ୍ୟବସତଃ ପାରାଚୁଟ୍ ସାହାଯ୍ୟରେ ବିମାନରୁ ବାହାରି ଆସିଛନ୍ତି ୪ କ୍ରିଉ ମେମ୍ବର । ୪ କ୍ରିଉ ମେମ୍ବର ସୁରକ୍ଷିତ ଅଛନ୍ତି । ନୌସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ଜାରି ରହିଛି ।

​​​​​​​ଆମେରିକା ଇଦାହୋରେ ଏହି ବଡ଼ ଦୁର୍ଘଟଣା ଘଟିଛି । ମାଉଣ୍ଟେନ୍ ହୋମ୍ ବାୟୁସେନା ଘାଟିରେ ଏୟାର ଶୋ ସମୟରେ ଦୁଇଟି ଆମେରିକୀୟ ଲଢୁଆ ବିମାନ ଧକ୍କା ହୋଇଛି । ଉଭୟ ଜେଟ୍‌ ଧକ୍କା ହେବା ମାତ୍ରେ ଜଳି ଉଠିଥିଲା । ଧକ୍କା ଏତେ ଶକ୍ତିଶାଳୀ ଥିବା ବିମାନ ସମ୍ପୂର୍ଣ୍ଣ ପାଉଁଶ ହୋଯାଇଛ । ଆକାଶରେ କଳା ଧୂଆଁର ଏକ ସ୍ତର ବ୍ୟାପି ଯାଇଥିଲା । ବିମାନଥିବା ପାଇଲଟ୍ ଏବଂ କ୍ରିଉ ସଦସ୍ୟ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ବାୟୁସେନା ଘାଟିକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ରବିବାର ଅପରାହ୍ନରେ ସ୍ଥାନୀୟ ସମୟ ପ୍ରାୟ ୧୨ଟା ୩୦ ମିନିଟ୍‌ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସେହି ସମୟରେ ବେସରେ ଗନଫାଇଟ୍‌ ସ୍କାଏଜ୍ ଏୟାର ସୋ ଚାଲୁଥିଲା । ଭଭୟ ବିମାନ ଆମେରିକୀୟ ନୌସେନାର ଉନ୍ନତ EA-18G ଗ୍ରୋଲର ଲଢୁଆ ବିମାନ ଥିଲା । ରିପୋର୍ଟ ଅନୁଯାୟୀ ଉଭୟ ବିମାନ ବାୟୁସେନା ଘାଟିରୁ ପ୍ରାୟ ଦୁଇ ମାଇଲ ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାକୁ  ନେଇ ଆତଙ୍କ ଖେଳିଯାଇଥିଲା ।

Two US Navy fighter jets COLLIDED mid-air during an air show😬 pic.twitter.com/ZGkVcIRDD3

ଏହା ବି ପଢନ୍ତୁ...​​​​​​​Deal: ଭାରତ-ୟୁରୋପ ସମ୍ପର୍କରେ ସୁବର୍ଣ୍ଣ ଯୁଗ; ଟାଟା-ASLM ମଧ୍ୟରେ ବଡ଼ ଚୁକ୍ତି, ଘୋଷଣା କଲେ ପ୍ରଧାନମନ୍ତ୍ରୀ   

୮ ବର୍ଷ ପରେ ହେଉଥିଲା ଏୟାର ଶୋ-  ମାଉଣ୍ଟେନ୍ ହୋମ୍ ଏୟାର ଫୋର୍ସ ବେସର ଜଣେ ମୁଖପାତ୍ର କହିଛନ୍ତି ଯେ, ତଦନ୍ତ ଦଳ ଘଟଣାସ୍ଥଳକୁ ପହଞ୍ଚିଛନ୍ତି ଏବଂ ଦୁର୍ଘଟଣାର କାରଣ ଖୋଜାଯାଉଛି। ଦୁର୍ଘଟଣା ପରେ ତୁରନ୍ତ ରବିବାର ପାଇଁ ସ୍ଥିର ହୋଇଥିବା ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଦୀର୍ଘ ୮ ବର୍ଷର ଅପେକ୍ଷା ପରେ ଏହି ସପ୍ତାହାନ୍ତରେ ଗନଫାଇଟର୍ ସ୍କାଏଜ୍ ଏୟାର ଶୋ’ ଅନୁଷ୍ଠିତ ହୋଇଥିଲା ।ଆୟୋଜକମାନେ ଗତ ଦୁଇ ବର୍ଷ ଧରି ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରୁଥିଲେ, କିନ୍ତୁ ଏହି ଦୁର୍ଘଟଣା ଆନନ୍ଦର ପରିବେଶକୁ ଭୟରେ ପରିଣତ କରିଛି। ଏହି ଦୁର୍ଘଟଣା ମାଉଣ୍ଟେନ୍ ହୋମ୍ ଏୟାର ବେସ୍‌ରେ ପୂର୍ବ ଦୁର୍ଘଟଣାକୁ ମନେ ପକାଦେଇଛି । ୨୦୧୮ ମସିହାରେ, ରନୱେରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏକ ହ୍ୟାଙ୍ଗ ଗ୍ଲାଇଡର୍ ପାଇଲଟଙ୍କର ମୃତ୍ୟୁ ହୋଇଥିଲା । ୨୦୦୩ରେ ଏକ ଥଣ୍ଡରବର୍ଡ ଜେଟ୍‌ ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାଇଲଟ୍‌ ସମୟ ମଧ୍ୟରେ ବାହାରକୁ ବାହାରି ଆସିଥିଲେ ।