ଭୁବନେଶ୍ଵର, ୮/୧୨ : ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତଥ୍ୟ ଜାରି କଲେ ସରକାର। ଖୁବଶୀଘ୍ର ଦେଶାନ୍ତର ହେବେ ଜଗତସିଂହପୁରରୁ ଚିହ୍ନଟ ୨୦ ବାଂଲାଦେଶୀ। ୨୧୦୯ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି। ୨୦୨୫ ଜଣ ଭାରତୀୟ ଚିହ୍ନଟ ହୋଇଛନ୍ତି। ଆଉ ୧୩ ଜଣ ସନ୍ଦିଗ୍ଧଙ୍କ ପରିଚୟପତ୍ର ଯାଞ୍ଚ ଚାଲିଛି। ୭୧ ଜଣଙ୍କୁ ଅବୈଧ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି। ଭୁବନେଶ୍ଵରରେ ସର୍ବାଧିକ ୨୪, କଟକରେ ୧୫, ବ୍ରହ୍ମପୁରରେ ୬ ଜଣ ଚିହ୍ନଟ ହୋଇଛନ୍ତି। ୨ ବାଂଲାଦେଶୀ ଅନୁପ୍ରବେଶକାରୀ ନିଜ ନାଁରେ ଭାରତୀୟ ପାସପୋର୍ଟ କରିଛନ୍ତି।