ମାଲକାନଗିରି, ୧୭/୫ : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସକୁ ମିଳିଛି ବଡ଼ ସଫଳତା । ୨୦୨୧ରେ ଟେକାଲଗୁଡ଼ା ଆକ୍ରମଣ, ୨୦୧୭ରେ ବୁର୍କାପାଲ ଏବଂ ୨୦୨୦ରେ ମିନପା ଭଳି ବଡ଼ ଆକ୍ରମଣରେ ସମ୍ପୃକ୍ତ ମାଓବାଦୀଙ୍କୁ ଗିରଫ କରିଛି ପୋଲିସ।
ଟେକାଲଗୁଡ଼ା ଆକ୍ରମଣରେ ୨୨ଜଣ ଯବାନ, ବୁର୍କାପାଲରେ ୨୬ଜଣ ଏବଂ ମିନପା ଆକ୍ରମଣରେ ୧୭ଜଣ ଯବାନ ଶହିଦ ହୋଇଥିଲେ। ବିଭିନ୍ନ ସ୍ଥାନରୁ ୧ଜଣ DVC, ୫ଜଣ ACM ସମେତ ମୋଟ ୨୦ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି।
ଗିରଫ ମାଓବାଦୀଙ୍କଠାରୁ ୩ଟି INSASରାଇଫଲ୍, ୪ଟି SLRରାଇଫଲ୍, ଗ୍ରେନେଡ୍, ୱାକି-ଟକି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।