ନୂଆଦିଲ୍ଲୀ,୧୫/୦୬: ଦକ୍ଷିଣ ଏବଂ ପୂର୍ବୋତ୍ତର ଭାରତରେ ପଣସକୁ ପାଚିଲା ଫଳ ଭାବରେ ଖିଆଯାଉଥିବା ବେଳେ ପୂର୍ବ, ଉତ୍ତର ଏବଂ ମଧ୍ୟ ଭାରତରେ ଏହାକୁ କଞ୍ଚା ପରିବା ଭାବେ ଖିଆଯାଏ। କିଛି ଲୋକ ରୋଷେଇ ସମୟରେ ପଣସର ମଞ୍ଜିକୁ ଫିଙ୍ଗି ଦିଅନ୍ତି କିମ୍ବା ଫଳରୁ ଅଲଗା କରନ୍ତି, କିନ୍ତୁ ଏଗୁଡ଼ିକ ପୁଷ୍ଟିକର ପଦାର୍ଥରେ ଭରପୂର ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ ଉପାୟରେ ଲାଭ ଦେଇପାରେ। ଆସନ୍ତୁ ଜାଣିବା ଆପଣ କିପରି ପଣସ ମଞ୍ଚିକୁ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ, ଏଥିରେ କେତେ ଭିଟାମିନ୍ ଏବଂ ମିନେରାଲ୍ସ ରହିଛି ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ କିପରି ଲାଭ ଦେବ। ଗୋଟିଏ କୋଲା ପଣସ ମଞ୍ଜିରେ ଭିଟାମିନ୍ ଏ ଏବଂ ସି ସହିତ କ୍ୟାଲସିୟମ ଏବଂ ଆଇରନ ରହିଥାଏ, ଯାହାକି ଶରୀରକୁ ସୁସ୍ଥ ରଖିବା କ୍ଷେତ୍ରରେ ସମସ୍ତ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଅଟେ। ଆସନ୍ତୁ ଏ ସମ୍ପର୍କରେ ବିସ୍ତୃତ ଭାବରେ ଅନୁସନ୍ଧାନ କରିବା।

ଅଧିକ ପଢ଼ନ୍ତୁ: ଆପଣ ବି ନିଜ ବୟସଠାରୁ ଅଧିକ ବୟସ୍କ ଦେଖାଯାଉଛନ୍ତି କି? ଦୈନନ୍ଦିନ ଜୀବନଶୈଳୀରେ ଆଣନ୍ତୁ ଏହି ସବୁ ପରିବର୍ତ୍ତନ

ପଣସ ମଞ୍ଜିରେ ପୋଷକ ତତ୍ବ:

ହେଲଥଲାଇନ୍ ଅନୁଯାୟୀ, ୧୦୦ ଗ୍ରାମ ପଣସ ମଞ୍ଜିରେ ୦.୪୩ ଗ୍ରାମ ପ୍ରୋଟିନ୍, ୧.୫ ଗ୍ରାମ ଫାଇବର, ୧୦ ରୁ ୧୭ ଆଇୟୁ ଭିଟାମିନ୍ ଏ, ୧୧ ମିଲିଗ୍ରାମ ଭିଟାମିନ୍ ସି, ୫୦ ମିଲିଗ୍ରାମ କ୍ୟାଲସିୟମ୍, ୫୪ ମିଲିଗ୍ରାମ ମ୍ୟାଗ୍ନେସିୟମ୍, ୧.୫ ମିଲିଗ୍ରାମ ଆଇରନ ଏବଂ ୨୬୪ ମିଲିଗ୍ରାମ ପୋଟାସିୟମ୍ ଥାଏ। ଏହା ବି କମ୍ପ୍ଲେକ୍ସ ଭିଟାମିନର ଥିଆମିନ୍ ଏବଂ ରିବୋଫ୍ଲାଭିନ୍ ର ଏକ ପ୍ରମୁଖ ଉତ୍ସ ମଧ୍ୟ। ଏଥିରେ ଅନେକ ଯୌଗିକ ଉପାଦାନ ମଧ୍ୟ ଥାଏ।

ପଣସରେ କେତେ ପରିମାଣରେ ରହିଛି ପୋଷକ ତତ୍ବ?

ୟୁଏସ ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର ବା ଆମେରିକାର କୃଷି ବିଭାଗ ଅନୁଯାୟୀ, ୧୬୫ ଗ୍ରାମ ଅର୍ଥାତ୍ ପ୍ରାୟ ୧ କପ ପଣସ ମଞ୍ଜିରେ ୨.୮୪ ଗ୍ରାମ ପ୍ରୋଟିନ୍, ୨.୪୮ ଗ୍ରାମ ଫାଇବର, ୩୯.୬ ମିଗ୍ରା କ୍ୟାଲସିୟମ୍, ୪୭.୮ ମିଲିଗ୍ରାମ ମ୍ୟାଗ୍ନେସିୟମ୍, ୭୩୯ ମିଲିଗ୍ରାମ ପୋଟାସିୟମ୍, ୩୪.୬ ମିଲିଗ୍ରାମ ଫସଫରସ୍, ୨୨.୬ ମିଲିଗ୍ରାମ ଭିଟାମିନ୍ ସି, ୧.୫୨ ମିଲିଗ୍ରାମ ନିଆସିନ୍, ୩୯.୬ ମାଇକ୍ରୋଗ୍ରାମ ଫୋଲେଟ୍ ଏବଂ ୮.୨୫ ମାଇକ୍ରୋଗ୍ରାମ ଭିଟାମିନ୍ ଏ ଥାଏ।

ଜୀବନଚର୍ଯ୍ୟା ସମ୍ପର୍କିତ ଖବର ପଢ଼ନ୍ତୁ: କେଶ ଝଡ଼ିବା ରୋକିବା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ୍ ? ଆସନ୍ତୁ ଜାଣିବା...

ଡାଏଟରେ ପଣସ ମଞ୍ଜିକୁ କିପରି ବ୍ୟବହାର କରିବେ?

ଆପଣଙ୍କ ଖାଦ୍ୟରେ ପଣସ ମଞ୍ଜିକୁ ସାମିଲ କରିବା ଅତ୍ୟନ୍ତ ସହଜ। ଆପଣ ଭାରତୀୟ ଶୈଳୀରେ ଏହାକୁ ନେଇ ତରକାରୀ ପ୍ରସ୍ତୁତ କରିପାରିବେ। ଆପଣ ଏଥିରୁ ଚଟଣି ଏବଂ କ୍ରିସ୍ପି ଜଳଖିଆ ମଧ୍ୟ ବନାଇପାରିବେ। ଆପଣ ଚିପ୍ସ ତିଆରି କରିପାରିବେ ଏବଂ ସେଗୁଡ଼ିକୁ ଏୟାର-ଫ୍ରାୟ କରିପାରିବେ। ଆପଣ ମଞ୍ଜିଗୁଡ଼ିକୁ କାଟି ସାଲାଡ କିମ୍ବା ସୁପରେ ମିଶାଇ ପାରିବେ। ଆପଣ ପଣସ ମଞ୍ଜିକୁ ରସୁଣ, ଲେମ୍ବୁ ରସ, ରାଶି ଚଟଣୀ ଏବଂ ଖାଇବା ତେଲ ସହିତ ମିଶାଇ ଭିନ୍ନ ସ୍ବାଦର ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ।

ପଣସ ମଞ୍ଜି ଖାଇଲେ ଶୀରରକୁ କେଉଁ ଲାଭ ମିଳିବ?

PubMed ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ପଣସ ମଞ୍ଜି ଖାଇବା ଦ୍ଵାରା ଓଜନ ହ୍ରାସ ପାଇପାରେ। ଏହା ଗ୍ଲୁକୋଜ୍ ଟୋଲେରାନ୍ସ ଉନ୍ନତ କରିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ପଣସ ମଞ୍ଜି କୋଲେଷ୍ଟ୍ରଲ୍, ଟ୍ରାଇଗ୍ଲିସେରାଇଡ୍ ଏବଂ କମ୍ ଘନତା ଲିପୋପ୍ରୋଟିନ୍ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଏଥିରେ ଭିଟାମିନ୍ ସି ମଧ୍ୟ ଥାଏ, ଯାହା ଚର୍ମ ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Monsoon Laundry Tips: ବର୍ଷାଦିନରେ ଓଦା କପଡ଼ାରୁ ବାହାରୁଛି କି ଦୁର୍ଗନ୍ଧ, ଜାଣନ୍ତୁ କେମିତି ବାହାରିବ ସୁଗନ୍ଧ ?