ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରାଜ୍ୟରେ ଗଠନ ହେବ ୨୦ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ, ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଜିଲ୍ଲାରୁ ଆସିଲା ରିପୋର୍ଟ

Published By : Prameya | April 24, 2025 9:33 AM

ଭୁବନେଶ୍ୱର,୨୪/୦୪: ରାଜ୍ୟରେ  ଗଠନ ହେବ ୨୦ ନୂଆ ବିଜ୍ଞାପିତ ଅଞ୍ଚଳ  ପରିଷଦ (ଏନ୍‌ଏସି) । ଏନ୍‌ଏସି ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଜିଲ୍ଲାରୁ ରିପୋର୍ଟ ମିଳିବା ପରେ ଏହାର ତର୍ଜମା ପାଇଁ  ପଞ୍ଚାୟତିରାଜ ବିଭାଗକୁ ପଠାଇଛି ଗୃହ  ଓ ନଗର ଉନ୍ନୟନ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଲା ପରେ ଗଠନ ହେବ ନୂଆ ଏନ୍‌ଏସି । ଏ ସୂଚନା ଦେଇଛନ୍ତି ନଗର  ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର । 

ଡା. ମହାପାତ୍ରଙ୍କ ସୂଚନା ଅନୁସାରେ, ପୂର୍ବରୁ ନୂଆ ଏନଏସି ଗଠନ ପାଇଁ  ନିର୍ଦ୍ଧାରିତ ଫର୍ମ ପୂରଣ କରି ପଠାଇବାକୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲା ଗୃହ  ଓ ନଗର ଉନ୍ନୟନ ବିଭାଗ । ବର୍ତ୍ତମାନ  ସୁଦ୍ଧା ୨୦ ଏନଏସି ପାଇଁ ରିପୋର୍ଟ  ପହଞ୍ଚିଛି । ରାଜ୍ୟରେ ୧୭ ପ୍ରତିଶତ ସହରାଞ୍ଚଳ ରହିଛି । ଏହାକୁ ୩୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଯୋଜନା  କରିଛନ୍ତି ସରକାର । ସେହି ଅନୁସାରେ  ନୂଆ ଏନଏସି, ମ୍ୟୁନିସିପାଲିଟି ଗଠନ  ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି  ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ  ମହାପାତ୍ର କହିଛନ୍ତି । 

ସୂଚନାଯୋଗ୍ୟ, ଗତ ନିର୍ବାଚନ ପୂର୍ବରୁ ରାଜ୍ୟରେ ୫୭  ନୂଆ ଏନଏସି ଗଠନ ସହ ୬ ଏନଏସିକୁ ପୌରପାଳିକା (ମ୍ୟୁନିସିପାଲିଟି)କୁ ଉନ୍ନୀତ କରିବା ପାଇଁ ବିଜେଡି ସରକାର ଘୋଷଣା  କରିଥିଲା । ବିଜେପି ସରକାର ଆସିବା ପରେ ନୂଆ  ଏନଏସି ପାଇଁ ପ୍ରସ୍ତାବ ପଠାଇବାକୁ ଜିଲ୍ଲାପାଳମାନଙ୍କୁ  ବହୁବାର ଚିଠି ଲେଖିଥିଲା ନଗର ଉନ୍ନୟନ ବିଭାଗ ।  ଏବେ ସରକାର ଏ ଦିଗରେ ଆଉ ପାଦେ ଆଗକୁ  ଯାଇଛନ୍ତି । ସହରୀକରଣରେ ଓଡ଼ିଶା ଦେଶରେ ପଛୁଆ  ରାଜ୍ୟ ଭାବେ ରହିଛି । ଜାତୀୟସ୍ତରରେ ସହରୀକରଣ  ୩୬% ଥିବା ବେଳେ ଓଡ଼ିଶାରେ ମାତ୍ର ୧୭% ରହିଛି ।  ଏପରିକି ଆମ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ୨୫%  ସହରୀକରଣ ହୋଇଥିବା ବେଳେ ଛତିଶଗଡ଼ରେ  ୨୩%, ଗୁଜୁରାଟରେ ୪୨%, କେରଳରେ ୪୭% ଓ  ତେଲେଙ୍ଗାନାରେ ୪୮% ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.