ଭୁବନେଶ୍ବର,୧୯।୧୨ : ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ -୨ କୋର୍ଟ । ଏଥିସହ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଏକ ବର୍ଷ ଅଧିକ କାରଦଣ୍ଡ ଭୋଗିବେ ବୋଲି ରାୟରେ ଦର୍ଶାଇଛନ୍ତି। ୨ ଅଭିଯୁକ୍ତ ହେଲେ ବୋଲଗଡ଼ ଅଞ୍ଚଳର ପରମାନନ୍ଦ ସୁବୁଦ୍ଧି, ଖୋର୍ଦ୍ଧା ଅଞ୍ଚଳର ସମ୍ମିମ ଖାନ।
୨୦୨୨ରେ ଏକ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୨ ଜଣଙ୍କୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଥିଲା । ଏହି ମାମଲାର ବିଚାର କରି ୧୨ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ବିଚାରପତି ଶୁଣାଇଛନ୍ତି।