ଆନନ୍ଦପୁର, ୧୯।୯: ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ମଠସାହିରୁ ବଡ଼ ଧରଣର ଚୋରି । ବିଳମ୍ବିତ ରାତିରେ ତିନୋଟି ଘରୁ ୨୦ଭରିରୁ ଉର୍ଦ୍ଧ୍ୱ ସୁନା ଗହଣା ସହିତ ଲକ୍ଷାଧିକ ନଗଦ ଟଙ୍କା ଲୁଟ୍ ହୋଇଥିବା ସୂଚନା । ଚୋରି ପରେ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭୀନ ଅରମ୍ଭ କରିଛି । ଲୁଟେରାଙ୍କ ମଧ୍ୟରୁ ଜଣକୁ କାବୁ କରିବା ସହିତ ଅଧିକ ତନାଘନା ଆରମ୍ଭ କରିଛି ପୁଲିସ ।