ଆଠଗଡ,୩।୫ : ଝାମୁ ଯାତ୍ରାରେ ଛିନତାଇ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ତିଗିରିଆ ପୁଲିସ । ଲୁଟ୍ ଅଭିଯୋଗରେ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ତିଗିରିଆ ପୋଲିସ୍। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ସୁନା ଚେନ, ଗୋଟିଏ ଲକେଟ୍, ୪ ଟି ସୁନା ପଟି, ୩ ଟି ମୋବାଇଲ, ଗୋଟିଏ ପଲସର ବାଇକ ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ ଜବତ କରିଛି।
ମେରୁ ଯାତ୍ରାରେ ବିଭିନ୍ନ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍ ନେଇ ଅଭିଯୋଗ ହୋଇଥିଲା। ଥାନା ଅନ୍ତର୍ଗତ ନୂଆପାଟଣା କଳାପାଟ ଠାକୁରାଣୀଙ୍କ ମେରୁ ଯାତ୍ରାରେ ଏହି ଚୋରି ହୋଇଥିଲା। ଚଳିତ ବର୍ଷର କଳାପାଟଙ୍କ ମେରୁ ଯାତ୍ରା ସମୟରେ ଘଟିଥିବା ଲୁଟ ଘଟଣାରେ ପୋଲିସ ୫ ଜଣ ଲୁଟେରାଙ୍କୁ ଗିରଫ କରିଛି। ଯାତ୍ରାକୁ ବୁଲିବାକୁ ଆସିଥିବା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଏହି ଗ୍ୟାଙ୍ଗ ଲୁଟ କରିଥିଲେ।
ସୂଚନା ଅନୁଯାୟୀ ମହିଳାଙ୍କ ଠାରୁ ସୁନା ଲୁଟ ହୋଇଥିବା ନେଇ ତିଗିରିଆ ଥାନାରେ ୨ ଟି ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ୪ ଜଣ କଟକ ଜିଲ୍ଲାର ଏବଂ ଜଣେ ପୁରୀ ଜିଲ୍ଲା ର ଲୁଟେରାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନିକଟରୁ ଲୁଟ ହୋଇଥିବା ଗୋଟିଏ ସୁନା ଚେନ, ଗୋଟିଏ ଲକେଟ୍, ୪ ଟି ସୁନା ପଟି, ୩ ଟି ମୋବାଇଲ, ଗୋଟିଏ ପଲସର ବାଇକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏନେଇ ପୋଲିସ ଆଗାମୀ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ କୌଣସି ଲୁଟ ଘଟଣାରେ ସେମାନଙ୍କ ସଂପୃକ୍ତି ଥିବା କି ନାହିଁ, ତାହା ଛାନଭିନ କରୁଛି।