ପ୍ରମୂଖ ଖବର
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୨୧ କେଜି ଗଞ୍ଜେଇ ସହ ସ୍କୁଟି ଜବତ: ଜଣେ ଗିରଫ

Published By : Suraj Kumar | January 14, 2025 6:31 PM

ଦାରିଙ୍ଗବାଡି,୧୪/୧(ଆପ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୁଲିସ । ୨୧ କିଲୋ ଗଞ୍ଜେଇ ସହ ସ୍କୁଟି ଜବତ କରି  ଚାଲାଣକାରିଙ୍କୁ ଗିରଫ କରିଛି ଦାରିଙ୍ଗବାଡି ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବ୍ରହ୍ମପୁର ସ୍ଥିତ କବିସୂର୍ଯ୍ୟନଗର ଅଞ୍ଚଳର ଜ୍ଞାନଚାନ୍ଦ ମହାପାତ୍ର (୨୨) ।

ଏକ ସ୍କୁଟି ଯୋଗେ ରବିବାର ଦଣ୍ଡିମାହା ଅଞ୍ଚଳରୁ ବ୍ରହ୍ମପୁର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ପୁଲିସ କୌଣସି ସୂତ୍ର ରୁ ଖବର ପାଇ ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ ଙ୍କ ନେତୃତ୍ୱ କ୍ରମେ ଏସଆଇ ଜୟନ୍ତ ସେଠୀ, ଲକ୍ଷ୍ମୀ ମାଝୀ, ଏଏସଆଇ ଅର୍ଜୁନ ଶବର, ପି ଶ୍ରୀନିବାସ ରାଓ ପ୍ରମୁଖ ୫୯ ନମ୍ୱର ଜାତୀୟ ରାଜପଥ ପଞ୍ଚୁପଲ୍ହି ନିକଟରେ ଛକି ବସି ଚଢାଉ କରିଥିଲେ । ଚଢାଉ ବେଳେ  ୨୧ କେଜି ୪୦୦ ଗ୍ରାମ ବେଆଇନ ଗଞ୍ଜେଇ ସହ ସ୍କୁଟି ଜବତ ହୋଇଥିବା ବେଳେ ଚାଲାଣକାରିଙ୍କୁ ପୁଲିସ ଗିରଫ କରିଥିଲା । ଅଭିଯୁକ୍ତ ଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଥିବା ବେଳେ ପୁଲିସ ଏନେଇ ଅଧିକ ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଜୟନ୍ତ ସେଠୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.