ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୨୨୦ ଲିଟର ମଦ ଏବଂ ୨୩୦୦ କେଜି ପୋଚ ନଷ୍ଟ , ଜଣେ ଗିରଫ

Published By : Suraj Kumar | October 6, 2024 10:05 PM

ଚନ୍ଦାହାଣ୍ଡି ,୬।୧୦ (ଆ ପ୍ର )- ଚନ୍ଦାହାଣ୍ଡି ବ୍ଲକ ର ଗମ୍ଭାରୀଗୁଡା, ମାଲଗାଁ ଧୋଡ଼ିପାଣି, ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୨୦ ଲିଟର ମଦ ଓ ୨୩୦୦ କେଜି ପୋଚ ନଷ୍ଟ କରାଯାଇଛି। ଏଥିସହ ଜଣଙ୍କୁ ଗିରଫ କରାଯାଇଛି। 

ଧୋଡ଼ିପାଣି ପଞ୍ଚାୟତ ର ହରଡାପଡା, ଜଙ୍ଗଲ ମଧ୍ୟ ରେ ବେଆଇନ ଭାବରେ ପ୍ରସ୍ତୁତ କରୁ ଥିବା ଦେଶୀ ମଦ ଉପରେ ଚଢ଼ାଉ କରି ୨୨୦  ଲିଟର ମଦ ଜବତ କରାଯିବା ସହ ୨୩୦୦ କେ ଜି ପୋଚ କୁ ନଷ୍ଟ କରା ଯାଇଛି। ଗମ୍ଭାରୀଗୁଡା ପଞ୍ଚାୟତ ମୋତିଗାଁ ହାଟପଦା ଠାରେ ବେଆଇନ ଭାବରେ  ମଦ ପାଉଚ ବିକ୍ରୀ କରୁ ଥିବା l ଝଜ କୁମାର ନେଙ୍ଗୀଙ୍କ ଘରେ ଚଢ଼ାଉ କରି   ତାଙ୍କ ଠାରୁ ୮୦୦ ଲିଟର ମଦ ପାଉଚ ଜବତ କରିଛି । ଏଥି ସହ.  ତାଙ୍କୁ ଗିରଫ କରି ରାଇଘର ଅବକାରୀ ଥାନାରେ ଏକ ମାମଲା ରୁଜ୍ଜୁ କରି   ଅଭିଯୁକ୍ତଙ୍କୁ ନୋଟିସ ଦେଇ ଛଡାଯାଇଛି। ଖୁବ ଶିଘ୍ର    ବେଆଇନ  ଦେଶୀ ରନ୍ଧା ମଦ ଏବଂ ମଦ କୋଚିଆ   ବନ୍ଦ ପାଇଁ ପଦକ୍ଷେପ ନିଆ ଯିବ ବୋଲି ଉମରକୋଟ ଅବକାରୀ ନିରୀକ୍ଷକ  ରଞ୍ଜିତା ବାରିକ ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.