ନୂଆଦିଲ୍ଲୀ,୨୭/୦୧: ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ୨୦୨୬ର ୩୦ତମ ମ୍ୟାଚ୍ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ମ୍ୟାଚ ଖେଳାଯାଉଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଯେଉଁଠାରେ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରଣ ଦେଖିବାକୁ ମିଳିଛି । ୨୪ ବଲରେ ୫୦ରନ୍ କରି ଇତିହାସ ସୃଷ୍ଟି କରିଛନ୍ତି । ସେ ୨୦୨୬ ମସିହାର ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ ଭାରତର ମିଳିତ ପ୍ରଥମ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି ବଡ଼ ରେକର୍ଡ କେବଳ ବର୍ତ୍ତମାନର ଅଧିନାୟକ ଆୟୁଷ ମହାତ୍ରେଙ୍କ ନାମରେ ଥିଲା, ଯିଏ ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୪ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ ।

ବୈଭବ ଜିମ୍ବାୱେ ୧୯ ବର୍ଷରୁ କମ୍ ଦଳ ବିପକ୍ଷରେ ୨୪ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ମହାତ୍ରେଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।  ଖବର ଲେଖା ଯିବା ସୁଦ୍ଧା ପର୍ଯ୍ୟନ୍ତ, ଉଭୟ ବ୍ୟାଟସମ୍ୟାନ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ରେ ଦେଶ ପାଇଁ ୨୪ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଷ୍ଚ୍ରେଲିଆର ୱିଲ୍ ମାଲାଜଚୁକ୍ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲା ଖେଳାଳି ତାଲିକାରେ ରହିଛନ୍ତି ।  ଅଷ୍ଟ୍ରେଲିଆର ଏହି କ୍ରିକେଟର ଜାପାନ ବିପକ୍ଷରେ ମାତ୍ର ୨୩ ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

୨୦୨୬ ମସିହାର ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଶ୍ରେଷ୍ଠ ୫ ଖେଳାଳି-

୨୩ ବଲ୍ - ୱିଲ ମାଲାଜଚୁକ - ଅଷ୍ଟ୍ରେଲିଆ

୨୪ ବଲ୍ - ବୈଭବ ସୂର୍ଯ୍ୟବଂଶୀ - ଭାରତ

୨୪ ବଲ୍ - ଆୟୁଷ ମାଥ୍ରେ - ଭାରତ

୩୦ ବଲ୍ - ବୈଭବ ସୂର୍ଯ୍ୟବଂଶୀ - ଭାରତ

୩୨ ବଲ - ବେନ ମାୟର୍ସ - ସ୍କଟଲ୍ୟାଣ୍ଡ