ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଟାୟାର ଫାଟି ଜଳିଗଲା ସ୍କୁଲ ବସ୍‌, ୨୫ ମୃତ, ୫ ଶିକ୍ଷକଙ୍କ ସମେତ ଥିଲେ ୪୪ ଜଣ

ବ୍ୟାଙ୍କକ୍‌ ୦୨/୧୦: ଥାଇଲାଣ୍ଡରେ ମଙ୍ଗଳବାର ଏକ ଲୋମହର୍ଷଣକାରୀ ଅଘଟଣ ଘଟିଛି । ଏକ ସ୍କୁଲ ବସ୍‌ରେ ନିଆଁ ଲାଗିଯିବାରୁ ୨୫ ଛାତ୍ରଛାତୀଙ୍କ ମୃତ୍ୟୁ ଘଟିଛି । ୧୬ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ରେ ୫ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ୪୪ ଜଣ ଥିଲେ । ଟାୟାର ଫାଟିବା ଯୋଗୁ ଏହି ଅଘଟଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ପ୍ରକୃତ କାରଣ ଜାଣିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଛି । 

ପୁଲିସ ସୂଚନା ମୁତାବକ, ବସ୍‌ରେ ୩ରୁ ୧୫ ବର୍ଷ ବୟସର ୩୯ ଛାତ୍ରଛାତ୍ରୀ ଥିଲେ । ସବୁଦିନ ଭଳି ସେମାନେ ବସ୍‌ରେ ସ୍କୁଲକୁ ଯାଇ ଫେରୁଥିଲେ । ତେବେ ଅଧା ବାଟରେ ହୋଇଥିବା ବେଳେ ବସ୍‌ରେ ଅଚାନକ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଶୀଘ୍ର ବ୍ୟାପିଥିଲା ଯେ ବାହାରକୁ ବାହାରିବା ସମୟ ମିଳିଲା ନାହିଁ । ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ବସ୍‌ଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ପିଲାମାନେ ଚିତ୍କାର କରିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ‘ଫାୟାର ଟାଇଗର୍ସ’ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ନିଆଁରେ ବସ୍‌ଟି ଏତେ ତାତିଯାଇଥିଲା ଯେ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡ଼ିଥିଲା । ବସ୍‌ ଭିତରକୁ ଯିବା ଅସମ୍ଭବ ହୋଇପଡ଼ିଥିଲା । ଫଳରେ ଅଘଟଣର ଅନେକ ସମୟ ପରେ ବି ବସ୍‌ ମଧ୍ୟରେ ଶବଗୁଡ଼ିକ ପଡ଼ିରହିଥିଲା । ଶେଷରେ କପଡ଼ା ଧରି ଉଦ୍ଧାରକାରୀ ଦଳ ଭିତରେ ପଶିଥିଲେ । ଶବଗୁଡ଼ିକ ବି ଗରମ ଥିବାରୁ ଖାଲି ହାତରେ ଧରିବା ମୁସ୍କିଲ ହୋଇପଡ଼ିଥିଲା । ଶବଗୁଡ଼ିକ ଅଧିକ ଜଳିଯାଇଥିବାରୁ ଛାତ୍ରଛାତ୍ରୀଙ୍କ ପରିଚୟ ମିଳିବା କଷ୍ଟକର ହୋଇପଡ଼ିଛି ।

ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପାଇତୋଙ୍ଗତାର୍ନ ସିନାୱାତ୍ରା ଏହି ଘଟଣାକୁ ନେଇ ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିଜନଙ୍କୁ ସମବେଦନା ଜଣାଇଛନ୍ତି । ସ୍ଥିତି ସମୀକ୍ଷା ପାଇଁ ସେ ପରିବହନ ମନ୍ତ୍ରୀଙ୍କୁ ଘଟଣାସ୍ଥଳ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିବହନ ମନ୍ତ୍ରୀ କହିଛନ୍ତି, ବସ୍‌ଟି ସିଏନ୍‌ଜିରେ ଚାଲୁଥିଲା । ବସ୍‌ ଭଳି ଭାରୀ ଯାନରେ ଯେମିତି ସିଏନ୍‌ଜି ବ୍ୟବହାର କରା ନ ଯାଏ, ତାହା ଉପରେ ଗୁରୁତ୍ୱ ଦିଆଯିବ । ଖୁବଶୀଘ୍ର ଏହାର ବିକଳ୍ପ ବାହାର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.